ଭିନ୍ନଶୈଳୀରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦଙ୍ଗଲ ଗାର୍ଲ ବବିତା ଫୋଗତ

ଦଙ୍ଗଲ ଗାର୍ଲ ଭାବେ ପରିଚିତ ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ମହିଳା କୁସ୍ତି ଖେଳାଳି ବବିତା ଫୋଗତଙ୍କର ବିବାହ ନିକଟରେ ଶେଷ ହୋଇଯାଇଛି । କିନ୍ତୁ ଏହି ବାହାଘରର ବିଶେଷ ଦିଗ ହେଉଛି ତାଙ୍କ ବାହାଘର ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ହିଁ ହୋଇଥିଲା । ନିରାଡ଼ମ୍ବର ଭାବେ ବିଭାଘରର ଆୟୋଜନ ହୋଇଥିବାରୁ ବବିତା ଓ ବିବେକ ସୁହାଗଙ୍କ ଅତିଥି ମାନଙ୍କର ପ୍ରଶଂସାର ସୁଅ ଛୁଟୁଛି । ବାହାଘରରେ ଉଭୟ ଫୋଗତ ପରିବାର ଓ ସୁହାଗ ପରିବାର ଉପସ୍ଥିତ ଥିଲେ । ବବିତାଙ୍କ ଲଗ୍ନ ପାଇଁ ମାତ୍ର ଏକ ଟଙ୍କା ଦିଆଯାଇଥିବା ବେଳେ ବାହାଘର ବିନା ଯୌତୁକରେ ହିଁ ଶେଷ ହୋଇଥିଲା । ନା କୌଣସି ବ୍ୟାଣ୍ଡ ବାଜା ଆସିଥିଲା ନା କୌଣସି ଡିଜେ ବାଜା ବାଜିଥିଲା । ଆଉ ମଧ୍ୟ ବାହାଘରର କୌଣସି କାମରେ ପ୍ଲାଷ୍ଟିକର ବ୍ୟବହାର ଜମା ହୋଇନଥିଲା ।

ଏହା ସହ ପଢନ୍ତୁ: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ପ୍ରିୟମ୍‌ ଗର୍ଗ ଭାରତୀୟ ଦଳର ଅଧିନାୟକ ହେବେ

ବରଂ ପ୍ଲାଷ୍ଟିକ ଚାମଚ ବଦଳରେ ବାହାଘରରେ କାଠ ଚାମଚର ବ୍ୟବହାର ହୋଇଥିଲା । ପୂରା ବିବାହ ବବିତାଙ୍କ ଘରେ ଆୟୋଜନ କରାଯାଇଥିବା ବେଳେ ପତି ବିବେକ ସୁହାଗଙ୍କ ପରିବାର ତରଫରୁ ୨୧ ଜଣ ଏହି ବାହାଘରରେ ସାମିଲ ହୋଇଥିଲେ । ଆଉ ଏକ ବିଶେଷ କଥା ହେଉଛି ବବିତା ଓ ବିବେକ ୭ ନୁହେଁ ବରଂ ୮ ଟି ଫେରା ନେଇଥିଲେ । ଏହି ୮ମ ଫେରା ସମୟରେ ସେ ମାନେ ‘ବେଟି ବଚାଓ ଓ ବେଟି ପଢ଼ାଓ’ ସନ୍ଦେଶ ସମାଜକୁ ପ୍ରେରଣ କରିଥିଲେ । ଏଥିରେ ବବିତାଙ୍କ ବଡ ଭଉଣୀ ଗୀତା ଫୋଗତ ଓ ତାଙ୍କ ପତି ପବନ, ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଯୋଗ ଦେଇଥିଲେ । ବବିତାଙ୍କ ବାପା ତଥା ଦ୍ରୋଣାଚାର୍ୟ ପୁରସ୍କାର ପ୍ରାପ୍ତ ମହାବୀର ଫୋଗତଙ୍କ ଅନୁଯାୟୀ ବବିତା ଓ ବିବେକଙ୍କ ରିସେପ୍ସନ ଦିଲ୍ଲୀରେ ଆୟୋଜନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.