ଆଜି ପ୍ରେମିକା ଜୟାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବେ ଅଲରାଉଣ୍ଡର ଦୀପକ ଚହର

ଭାରତୀୟ ଟିମ୍‌ ତଥା ଚେନ୍ନାଇ ସୁପରକିଙ୍ଗସର ଅଲରାଉଣ୍ଡର ଦୀପକ ଚହର ଗାର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ଆଜି ବିବାହ କରିବାକୁ ଯାଉଛନ୍ତି। ଆଗ୍ରାର ଦୀପକ ଚହର ଦିଲ୍ଲୀର ବାରହଖମ୍ଭା ନିବାସୀ ଏଣ୍ଟରପ୍ରେନ୍ୟୁଅର ଜୟା ଭରଦ୍ୱାଜଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବେ। ଦୀପକ ନିଜ ରିଲେସନସିପ ନେଇ ବହୁତ ଚର୍ଚ୍ଚାରେ ରହିଥିଲେ। ଏବେ ଆଗ୍ରାରେ ପ୍ରେମିକାଙ୍କ ମଥାରେ ସିନ୍ଦୁର ଭରିବେ ଦୀପକ।

ଆଗ୍ରାର ଫତେହାବାଦ ରୋଡ ସ୍ଥିତି ପଞ୍ଚତାରକା ହୋଟେଲ ଜେପି ପ୍ୟାଲେସରେ ଦୀପକ ଏବଂ ଜୟା ବାହା ହେବେ। ଆଜି ସକାଳ ୧୦ଟାରୁ ସେମାନଙ୍କର ହଲଦୀ ଉତ୍ସବ ଏବଂ ରାତିରେ ବିବାହ ଉତ୍ସବ କାର୍ଯ୍ୟକ୍ରମ ରହିଛି। ଦୀପକ ଏବଂ ଜୟାଙ୍କ ପରିବାର ଲୋକ ମେହେନ୍ଦୀ ଉତ୍ସବରେ ଭାଗ ନେବେ। ଯାହାର ଫଟୋ ସାମ୍ନାକୁ ଆସିଛି।

ଏହି ଫଟୋରେ ଦୀପକ ପଠାନୀ କୁର୍ତ୍ତା ପିନ୍ଧିଥିବା ବେଳେ ଜୟା ଲେହେଙ୍ଗାରେ ନଜର ଆସିଛନ୍ତି। ମେହେନ୍ଦୀ ଉତ୍ସବ ପରେ ରାତିରେ ସଂଗୀତ କାର୍ଯ୍ୟକ୍ରମ ହୋଇଥିଲା। ଯେଉଁଥିରେ ଦୀପକ ଏବଂ ଜୟା ଜବରଦସ୍ତ ଡ୍ୟାନ୍ସ କରିଥିଲେ।

ବିବାହର ସମସ୍ତ କାର୍ଯ୍ୟକ୍ରମ ପାଇଁ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ବିବାହ ରୟାଲ ଗ୍ରାଡୟୋର ଥିମରେ କରାଯିବ। ହୋଟେଲ କ୍ୟାମ୍ପସରୁ ବ୍ୟାଣ୍ଡ ବାଜାରେ ବରଯାତ୍ରୀ ବାହାରିବେ। ବିବାହ ଉତ୍ସବକୁ ୬୦୦ ଲୋକଙ୍କୁ ନିମନ୍ତ୍ରଣ

କରାଯାଇଛି। ଯେଉଁଥିରେ ଜଣାଶୁଣା କ୍ରିକେଟର୍ସ ସାମିଲ ରହିଛନ୍ତି। ଦୀପକ ଆଇପିଏଲ୍‌ ୨୦୨୧ରେ ଲାଇଭ ମ୍ୟାଚ ବେଳେ ଜୟାଙ୍କୁ ପ୍ରପୋଜ କରିଥିଲେ। ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସୁପର କିଙ୍ଗସ୍‌ର ଷ୍ଟାର ବୋଲର ଦୀପକ ଚହର ମ୍ୟାଚ୍‌ ସରିବା ପ‌ରେ ଷ୍ଟାଣ୍ଡକୁ ଯାଇ ଜଣେ ଯୁବତୀଙ୍କୁ ପ୍ରପୋଜ୍‌ କରିଥିଲେ । ସେଠାରେ ଷ୍ଟାଣ୍ଡରେ ଉପସ୍ଥିତ ସମସ୍ତେ ଛିଡା ହୋଇ ଦୀପକ ଚହର ଏବଂ ତାଙ୍କ ପ୍ରେମିକାଙ୍କୁ ସମ୍ମାନ ଜଣାଇଥିଲେ ।

ଦୀପକ ଚହର ପୁରା ଫିଲ୍ମ ଷ୍ଟାଇଲରେ ଯୁବତୀଙ୍କୁ ପ୍ରପୋଜ କରିଥିଲେ। ମ୍ୟାଚ ପରେ ପରେ ହଠାତ୍‌ ଷ୍ଟାଣ୍ଡକୁ ଯାଇଥିଲେ ଦୀପକ ଚହର । ଏହା ଦେଖି କେହି କିଛି ବୁଝିପାରିନଥିଲେ । ସେତେବେଳେ କ୍ୟାମେରା ତାଙ୍କ ଉପରେ ଫୋକସ୍‌ କରିଥିଲା । ଷ୍ଟାଣ୍ଡରେ ଉପସ୍ଥିତ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ରିଙ୍ଗ୍‌ ମଧ୍ୟ ପିନ୍ଧାଇଥିଲେ । ଆଉ ଯୁବତୀ ଜଣକ ମଧ୍ୟ ଚହରଙ୍କ ପ୍ରପୋଜକୁ ଗ୍ରହଣ କରିନେଇଥିଲେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.