ଆଇପିଏଲ : ଦିଲ୍ଲୀ କ୍ୟାପିଟାଲସ ଠାରୁ ୧୮ ରନରେ ହାରିଗଲା କୋଲକାତା ନାଇଟ ରାଇଡର୍ସ

ଶରଜା : ଆଜି ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ବହୁତ ଚେଷ୍ଟା କଲା ହେଲେ ଶେଷରେ ୧୮ ରନରେ ଦିଲ୍ଲୀ କ୍ୟାପିଟାଲସ ଠାରୁ ହାରିଗଲା । ୨୨୯ ରନ ଲକ୍ଷ୍ୟର ପିଛା କରି ୨୧୦ ରନ କରିଛି । କୋଲକାତା ପକ୍ଷରୁ ଓପନର ଶୁଭମାନ ଗିଲ ୨୮, ନୀତିଶ ରଣା ୩୫ ବଲରେ ୫୮ ରନ (୪ ଚୌକା, ୪ ଛକା), ମୋରଗାନ ୧୮ ବଲରେ ୪୪ (୧ ଚୌକା, ୫ ଛକା), ରାହୁଲ ତ୍ରିପାଠୀ ୧୬ ବଲରେ ୩୬ (୩ ଚୌକା, ୩ ଛକା) କରିଥିଲେ । ଦଳ ୮ ଉଇକେଟରେ ୨୧୦ ରନ ହିଁ କରିପାରିଛି ।

କୋଲକାତା ଟସ ଜିଣି ଦିଲ୍ଲୀକୁ ପ୍ରଥମେ ବ୍ୟାଟିଂ ଦେଇଥିଲା । ଦିଲ୍ଲୀ ଓପନର ପୃଥ୍ବୀ ସ, ଶିଖର ଧବନ, ଶ୍ରେୟସ ଆୟର ଏବଂ ଋଷଭ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଫଳରେ ଦଳ ୪ ଉଇକେଟରେ ୨୨୮ ରନ କରିଥିଲା । ୪ ଚୌକା ଓ ୪ ଛକା ମାରି ପୃଥ୍ବୀ ୪୧ ବଲରୁ ୬୬ ରନ, ଧବନ ୨୬ ଆୟର ଅପରାଜିତ ୮୮ (୩୮ ବଲ, ୭ ଚୌକା ଓ ୬ ଛକା, ପନ୍ତ ୧୭ ବଲ ଖେଳି ୩୮ ରନ (୫ ଚୌକା, ୧ ଛକା ) କରିଥିଲେ ।
ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲସ ମୋଟ ୬ ପଏଣ୍ଟ ପାଇ ଅଧିକ ରନ ହାର ସହିତ ତାଲିକା ଶୀର୍ଷରେ ରହିଛି ।

PT

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.