Below header

ଧୋନି କହିଲେ ବହୁତ ବଡ଼ କଥା; ହତ୍ୟା ଠାରୁ ଆହୁରି ବଡ଼ ଅପରାଧ ମ୍ୟାଚ୍‌ଫିକ୍ସିଂ

ନିଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ସମସ୍ତଙ୍କର ପ୍ରିୟ ମାହି ଓରଫ ମହେନ୍ଦ୍ର ସିଂହ ଧୋନି କହିଛନ୍ତି ମ୍ୟାଚ୍‌ ଫିକ୍ସିଂ ହେଉଛି ସବୁଠାରୁ ବଡ଼ ଅପରାଧ । ଏହା ମଣିଷ ମାରିବା ଠାରୁ ମଧ୍ୟ ଆହୁରି ବଡ଼ ଅପରାଧ । ଆଇପିଏଲ୍‌ ଦଳ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏକ ଡକୁମେଣ୍ଟାରୀରେ ଏହା କହିଛନ୍ତି ।
ସୂଚନା ରହିଛି କି ମ୍ୟାଚ୍‌ଫିକ୍ସିଂ ଅଭିଯୋଗ ପରେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲସ୍‌ ଆଇପିଏଲ୍‌ରୁ ଦୁଇ ବର୍ଷ ପାଇଁ ନିଲମ୍ବିତ ହୋଇଥିଲେ । ଗତ ବର୍ଷ ପୁଣି ଧୋନିଙ୍କ ଅଧିନାୟକତ୍ୱରେ ସୁପରକିଙ୍ଗସ ଖେଳି ତୃତୀୟ ଥର ଟାଇଟଲ୍‌ ଜିତିଛି । ଏସବୁ ଘଟଣାକୁ ନେଇ ଏକ ଡକୁମେଣ୍ଟାରୀ ପ୍ରସ୍ତୁତ ହୋଇଛି । ଯାହାର ନାଁ ରହିଛି ‘ରୋର୍‌ ଅଫ୍‌ ଦ ଲାୟନ୍‌’ । ଯାହା ଏକ ୪୫ ସେକେଣ୍ଡର ଟ୍ରେଲର ଆସିଛି । ଏହି ଟ୍ରେଲର୍‌ରେ ଧୋନି ମ୍ୟାଚ୍‌ଫିକ୍ସିଂ କେତେ ବଡ଼ ଅପରାଧ ସେକଥା କହିଥିବାର ଦେଖା ଯାଇଛି ।

DHONI-2
ଧୋନି ଏଥିରେ କହିଛନ୍ତି, ଆମ ଟିମ୍‌ ସମେତ ମୋ ଉପରେ ମଧ୍ୟ ମ୍ୟାଚ୍‌ଫିକ୍ସିଂ ଅଭିଯୋଗ ଆସିଥିଲା । ଏହି ସମୟ ଆମ ପାଇଁ ଖୁବ୍‌ କଷ୍ଟକର ଥିଲା । ଫେରିବା ବେଳେ ଆମେ ଖୁବ୍‌ ଭାବପ୍ରବଣ ହୋଇପଡ଼ିଥିଲୁ । ତେବେ ମୁଁ ଆମ ପିଲାମାନଙ୍କୁ ବୁଝାଇଥିଲି, ଯେଉଁଥିରେ ତୁମର ମୃତ୍ୟୁ ହେଉ ନାହିଁ ସେହି ଘଟଣା ତୁମକୁ ଆହୁରି ଦୃଢ଼ କରିବ । ଏହି ଡକୁମେଣ୍ଟାରୀ ମାର୍ଚ୍ଚ ୨୦ ତାରିଖ ଦିନ ହଟଷ୍ଟାରରେ ରିଲିଜ୍‌ ହେବ ।

ଦେଖନ୍ତୁ ତାର ଭିଡିଓ…

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.