ଦୁନିଆକୁ ମିଳିଲା ନୂଆ ବିଶ୍ୱକପ ବିଜେତା, ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଥର ବିଶ୍ୱକପ ଜିତିଲା ଇଂଲଣ୍ଡ

ଲଣ୍ଡନ୍‌ : ଲର୍ଡସରେ ଆୟୋଜକ ଇଂଲଣ୍ଡ ଉଡ଼ାଇଲା ବିଜୟର ବାନା । ପ୍ରଥମ ଥର ଜିତିଲା ବିଶ୍ୱ କପ୍‌ । ଟ୍ରଫି ଉଠାଇ ଧରିଲେ ଇଂଲଣ୍ଡ ଅଧିନାୟକ ଇଆନ୍‌ ମୋର୍ଗାନ୍‌ । ୨୪୨ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି ନିର୍ଧାରିତ ୫୦ ଓଭରରେ ଇଂଲଣ୍ଡ ମଧ୍ୟ ୨୪୧ ରନ ସଂଗ୍ରହ କରିଥିଲା । ଫଳରେ ମ୍ୟାଚ ଟାଇ ହୋଇଥିଲା ।

ଏହାପରେ ହୋଇଥିଲା ସୁପର ଓଭର, ଯେଉଁଥିରେ ନ୍ୟୁଜିଲାଣ୍ଡ ସାମ୍ନାରେ ଇଂଲଣ୍ଡ ରଖିଥିଲା ୧୬ ରନର ବିଜୟ ଲକ୍ଷ ଯାହାକୁ ପିଛା କରି ନ୍ୟୁଜିଲାଣ୍ଡ ଶେଷ ବଲରେ ମ୍ୟାଚ ହାରିଯାଇଥିଲା । ଯଦିଓ ସୁପର ଓଭରରେ ମଧ୍ୟ ମ୍ୟାଚ ଟାଇ ହୋଇଥିଲା, କିନ୍ତୁ ଯେହେତୁ ଇଂଲଣ୍ଡ ନ୍ୟୁଜିଲାଣ୍ଡ ତୁଳନାରେ ଅଧିକ ଚୌକା ମାରିଥିଲା, ତେଣୁ ଏହି ବିଶ୍ୱକପର ବିଜେତା ଘୋଷିତ ହୋଇଥିଲା ।

ତେବେ ଇଂଲଣ୍ଡ ପାଇଁ ଟ୍ରଫି ଜିତିବା ସେତେ ସହଜ ହୋଇ ନଥିଲା । ଲକ୍ଷ୍ୟରେ ପହଞ୍ଚିବା ଲାଗି ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା ଏବଂ ଏହା ସହ ସୃଷ୍ଟି କରିଥିଲା ବିଶ୍ୱକପ ଇତିହାସରେ ନୂଆ ଅଧ୍ୟାୟ । ଆପଣ ମଧ୍ୟ ଆମ ସହ ଏକମତ ହେବେ ଯେ ଏଭଳି କ୍ରିକେଟ ହୁଏତ ଆପଣ ଆଗରୁ କେବେ ଦେଖିନଥିବେ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.