ଆୟୁଷଙ୍କ ଛକାକୁ କ୍ୟାଚ ଧରିବାକୁ ଯାଇ ମୁଣ୍ଡ ଫଟାଇଲେ ମହିଳା ଫ୍ୟାନ୍‌, ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୨ ୭ମ ମ୍ୟାଚରେ ଲକ୍ଷ୍ମୌ ସୁପରଜିଆଣ୍ଟସ ଚେନ୍ନାଇ ସୁପରକିଙ୍ଗସକୁ ୬ ଓ୍ଵିକେଟରେ ହରାଇଛି। ଚେନ୍ନାଇ ଦେଇଥିବା ୨୧୧ ରନ୍‌ର ଲକ୍ଷ୍ୟକୁ କେଏଲ୍‌ ରାହୁଲଙ୍କ ଟିମ୍‌ ମାତ୍ର ୪ ଓ୍ଵିକେଟ ହରାଇ ହାସିଲ କରିନେଇଥିଲା। ଲକ୍ଷ୍ମୌର କ୍ୱିଣ୍ଟନ ଡି କକ୍‌ ୬୧ ରଡ଼ ଏବଂ ଏଭିନ ଲୁଇସ ୨୩ ବଲରେ ୫୫ ରନ୍‌ କରିଥିଲେ। ଲକ୍ଷ୍ମୌର ଆୟୁଷ ବଦୋନୀ ମାତ୍ର ୯ଟି ବଲ୍‌ ଖେଳି ମ୍ୟାଚରେ ନିଜର ଛାପ ଛାଡିଯାଇଥିଲେ।

ମ୍ୟାଚରେ ଲକ୍ଷ୍ନୌ ଟିମକୁ ଜିତିବାକୁ ଶେଷ ୧୨ ବଲରେ ୩୪ ରନ୍ ଦରକାର ଥିଲା । ଚେନ୍ନାଇ ଅଧିନାୟକ ରବୀନ୍ଦ୍ର ଜାଡେଜା ୧୯ତମ ଓଭର ବୋଲିଂ କରିବାକୁ ଶିବମ ଦୁବେଙ୍କୁ ଦେଇଥିଲେ । କ୍ରିଜରେ ଥିବା ଆୟୁଷ ବଦୋନୀ ଶିବମଙ୍କ ବଲକୁ ସ୍ୱିପ୍ ସଟ୍ ଖେଳି ଏକ ଲମ୍ବା ଛକ୍କା ମାରିଥିଲେ ।

ଆୟୁଷ ଯେଉଁ ସଟ୍ ଖେଳିଥିଲେ ତାହା ପାଭିଲିୟନରେ ଥିବା ଜଣେ ମହିଳାଙ୍କ ମୁଣ୍ଡରେ ବାଜିଥିଲା । ମହିଳାଙ୍କ ମୁଣ୍ଡରେ ବଲ୍‌ ବାଜିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହୋଇଥିଲା।
ସୂଚନାଯୋଗ୍ୟ, ପ୍ରଥମେ ବ୍ୟାଟିଂ କରି ୨୧୦ ରନ୍ କରିଥିଲା ଚେନ୍ନାଇ । ଜବାବରେ ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ଓ କ୍ୱିଣ୍ଟନ୍ ଡିକକଙ୍କ ବ୍ୟାଟିଂ ବଳରେ ମଜବୁତ ଆରମ୍ଭ କରିଥିଲା । ଉଭୟ ଓପନିଂ ଯୋଡିରେ ୬୨ ବଲରୁ ୯୯ ରନ୍ କରିଥିଲେ । ଶେଷ ୧୩ ବଲରେ ଡେଭିନ୍ ଲୁଇସ୍ ଓ ଆୟୁଷ ବଦୋନୀ ୪୦ ରନ୍ କରି ଦଳକୁ ବିଜୟୀ କରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.