ପୂର୍ବତନ କ୍ରିକେଟର ତଥା ମନ୍ତ୍ରୀ ଚେତନ ଚୌହାନଙ୍କ ପରଲୋକ, ସୁନୀଲ ଗାଭାସ୍କରଙ୍କର ଥିଲେ ଓପନିଂ ଯୋଡ଼ିଦାର

କେନ୍ୟୁଜ୍(ବ୍ୟୁରୋ): ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଚେତନ ଚୌହାନଙ୍କ ଦେହାନ୍ତ । ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡି ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଜୁଲାଇ ମାସରେ ଚେତନ କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ କରୋନାରେ ସୁସ୍ଥ ହେବା ପରେ ତାଙ୍କର ବ୍ଲଡ ପ୍ରେସର ବଢିବା ସହିତ କିଡନୀ ସଂକ୍ରମଣ ହୋଇଥିଲା । ଯାହା ଫଳରେ ଚେତନ ଗୁରୁତର ହୋଇ ପଡିଥିଲେ। ଶୁକ୍ରବାର ରାତିରେ ତାଙ୍କୁ ଗୁରୁଗାଁର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିଡନୀ ସଂକ୍ରମଣରେ ପୀଡିତ ଚେତନଙ୍କର ଆଜି ସକାଳେ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କର ସବୁ ଅଙ୍ଗ ଅକାମି ହୋଇଯବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା । କିଛି ସମୟ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି ବୋଲି ସୂଚନା ମିଳିଛି ।

ମୃତ୍ୟୁ ବେଳକୁ ଚେତନ ଚୌହାନଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କିଛି ଦିନ ଭିତରେ ଯୋଗୀ ସରକାରଙ୍କର ଦ୍ୱିତୀୟ ମନ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଗତ ଅଗଷ୍ଟ ୨ ତାରିଖରେ ମନ୍ତ୍ରୀ କମଲା ରାନୀ ବରୁଣଙ୍କର ଦେହାନ୍ତ ହୋଇଥିଲା । ପୂର୍ବରୁ ଚେତନ କରୋନା ପଜିଟିଭ୍ ହେବା ପରେ ଚିକିତ୍ସାଧୀନ ଥିଲେ । ପରେ ସୁସ୍ଥ ହୋଇଥିଲେ । ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯୋଗୀ ସରକାରଙ୍କର ଅନେକ ମନ୍ତ୍ରୀ ଏବେ ପଜିଟିଭ୍ ଅଛନ୍ତି । ବିଚାର ବିଭାଗ ମନ୍ତ୍ରୀ ବ୍ରଜେଶ ପାଠକ, କ୍ରୀଡ଼ା ମନ୍ତ୍ରୀ ଉପେନ୍ଦ୍ର ତିଓ୍ଵାରୀ, ରାଜେନ୍ଦ୍ର ପ୍ରତାପ ସିଂହ, ଜୟ ପ୍ରତାପ ସିଂହ, ଧର୍ମ ସିଂହ ସୋନି, ମୋତି ସିଂହ, ମହେନ୍ଦ୍ର ସିଂହ ଆଦି ପଜିଟିଭ୍ ଆସିବା ପରେ ସୁସ୍ଥ ହୋଇଛନ୍ତି ।

ଗାଭାସ୍କରଙ୍କ ସହ ଇନିଂସ୍ ଓପନ୍ କରୁଥିଲେ ଚେତନ

ବିଜେପିର ଜଣେ ବରିଷ୍ଠ ନେତା ଓ ମନ୍ତ୍ରୀ ଥିଲେ ଚେତନ ଚୌହାନ । ହେଲେ ତାଙ୍କର ପ୍ରଥମ ପରିଚୟ ହେଉଛି ସେ ଜରେ ଭାରତୀୟ ଟେଷ୍ଟ କ୍ରିକେଟ୍ ଖେଳାଳି ଥିଲେ । ଯିଏ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କ ସହ ମିଶି ଭାରତ ପାଇଁ ଇନିଂସ୍ ଓପନ୍ କରୁଥିଲେ ।

CHETAN_UP-1ଦେଶ ସ୍ୱାଧୀନ ହେବାର ଠିକ୍ ପୂର୍ବ ମାସରେ ବ୍ରିଟିଶ୍ ଶାସନ ଅଧୀନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୂରା ନାଁ ଥିଲା ଚେତନ ପ୍ରତାପ ସିଂହ ଚୌହାନ । ସତୁରୀରୁ ଅଶି ଦଶକର ପ୍ରଥମ ଭାଗ ପର‌୍ୟ୍ୟନ୍ତ ଏହି ଖେଳାଳି ମୋଟ୍ ୪୦ଟି ଟେଷ୍ଟ ଓ ୭ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ମୋଟ ୨୦୮୪ ରନ୍ ଏବଂ ଦିନିକିଆରେ ୧୫୩ ରନ୍ କରିଥିଲେ । ତେବେ ଆଶ୍ଚର‌୍ୟ୍ୟର କଥା ହେଉଛି ଗାଭାସ୍କରଙ୍କ ସହ ଓପନିଂରେ ସେ ୧୦ଟିରୁ ଅଧିକ ଶତକୀୟ ଭାଗିଦାରୀ କରିଥିଲେ ମଧ୍ୟ ନିଜେ ଗୋଟିଏ ହେଲେ ଶତକ କରି ପାରିନଥିଲେ । ତାଙ୍‌କର ସର୍ବାଧିକ ଟେଷ୍ଟ ସ୍କୋର ହେଉଛି ୯୭ ରନ୍ ।
୧୯୪୭ ମସିହା ଜୁଲାଇ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଚେତନ । ୧୯୬୯ ସେପଟେମ୍ବର ୨୫ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ । ୧୯୮୧ ଏପ୍ରିଲ ୧୩ରେ ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ତାଙ୍‌କର ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ପରେ ସେ ଅମ୍ପାୟାରିଂ, କ୍ରିକେଟ୍ ପ୍ରଶାସକ ଭୂମିକା ନେଇଥିଲେ ଏବଂ ଶେଷରେ ବିଜେପିରେ ଯୋଗ ଦେଇ ମନ୍ତ୍ରୀ ହୋଇଥିଲେ । ଚେତନ ଚୌହାନ ପ୍ରଥମେ ମହାରାଷ୍ଟ୍ର ଓ ପରେ ଦିଲ୍ଲୀ ପକ୍ଷରୁ ରଣଜୀ ଟ୍ରଫିରେ ଖେଳିଥିଲେ । ତାଙ୍କ ବିୟୋଗରେ ଅନେକ ଯୁବ ଓ ବରିଷ୍ଠ ଖେଳାଳି ଶୋକ ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.