ଅବସର ପରେ ଧୋନୀଙ୍କ ଉପରେ ବର୍ଷିଲେ ଗୌତମ ଗମ୍ଭୀର, କଲେ ବଡ ଖୁଲାସା

କ୍ରିକେଟ୍‌ରୁ ସନ୍ୟାସ ନେଇଛନ୍ତି ଗୌତମ ଗମ୍ଭୀର । କ୍ୟାରିୟରର ଶେଷ ମ୍ୟାଚରେ ଶତକ ହାସଲ କରି ନିଜର ଅବସରକୁ ସ୍ମରଣୀୟ କରିଛନ୍ତି ଗମ୍ଭୀର । ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଗମ୍ଭୀର ରଣଜୀ ଟ୍ରଫିରେ ଦିଲ୍ଲୀ ପକ୍ଷରୁ ଶେଷ ମ୍ୟାଚ ଖେଳୁଛନ୍ତି । ତେବେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେବା ପରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ କରିଛନ୍ତି ଟାର୍ଗେଟ୍ ।
ଏକ ସାକ୍ଷାତକାରରେ ଧୋନୀଙ୍କୁ ଖୁବ୍ ସମାଲୋଚନା କରିଛନ୍ତି ଗମ୍ଭୀର। ୨୦୧୧ ବିଶ୍ବକପରେ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଗମ୍ଭୀର କହିଛନ୍ତି, ୨୦୧୨ରେ ଅଷ୍ଟ୍ରେଲିଆରେ ଖେଳ ଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜରେ ବୀରେନ୍ଦ୍ର ସେହୱାଗ, ସଚିନ୍ ତେନ୍ଦୁଲକର ଏବଂ ତାଙ୍କୁ ଏକାଠି ନଖେଳାଇବାକୁ ନିଷ୍ପତ୍ତି ନେଇଥିଲେ ଧୋନୀ ।
୨୦୧୨ରେ ଅଷ୍ଟ୍ରେଲିଆରେ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଧୋନୀ ଘୋଷଣା କରିଥିଲେ ୨୦୧୫କୁ ଆଖି ଆଗରେ ରଖି ଏହି ତିନି ଖେଳାଳିଙ୍କୁ ଏକା ସାଥିରେ ଖେଳା ଯିବନି । ତେବେ ଧୋନୀଙ୍କ ଏହି ନିଷ୍ପତ୍ତି ଖୁବ୍ ଝଟକା ଦେଇଥିଲା ସବୁ କ୍ରିକେଟରଙ୍କୁ । କାରଣ ଏମିତି କେହି ଶୁଣି ନଥିଲେ ଯେ ୨୦୧୨ରେ ତାଙ୍କୁ କହି ଦିଆଯିବ କି ୨୦୧୫ରେ ସେ ବିଶ୍ବ କପରେ ସାମିଲ୍ ହେବନି । ସୂଚନାଯୋଗ୍ୟ, ଏହି ସିରିଜରେ ବିରାଟ୍ କୋହଲିଙ୍କ ପରେ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ରନ୍ କରିଥିବା ଖେଳାଳି ଥିଲେ ଗମ୍ଭୀର ।

DHONIଏହା ସହ ଗମ୍ଭୀର କହିଛନ୍ତି, ଯେତେବେଳେ ଭାରତକୁ ଏହି ସିରିଜରେ ବିଜୟର ଖୁବ୍ ଆବଶ୍ୟକ ଥିଲା ସେତେବେଳେ ସଚିନ୍, ସେହୱାଗ ଏବଂ ଗମ୍ଭୀରଙ୍କୁ ଗୋଟିଏ ମ୍ୟାଚରେ ଏକାଠି ଖେଳାଇଥିଲେ ଧୋନୀ । ସିରିଜ୍ ଆରମ୍ଭରୁ ଏହି ତିନି ଖେଳାଳିଙ୍କୁ କିନ୍ତୁ ଏକାଠି ଖେଳିବାକୁ ଦିଆଯାଇନଥିଲା । ଯେତେବେଳେ ଦଳ ଜିତିବା ଅତି ଜରୁରୀ ଥିଲା ସେତେବେଳେ ଏକାଠି ଖେଳାଇବାକୁ ନିଷ୍ପତ୍ତି ନେଲେ ଧୋନୀ ।

ଏହି ପ୍ରସଙ୍ଗରେ ଧୋନୀଙ୍କୁ ସମାଲୋଚନା କରି ଗମ୍ଭୀର କହିଛନ୍ତି, ଯଦି କୌଣସି ନିଷ୍ପତ୍ତି ନେଉଛ ତାକୁ ପାଳନ କର । ଯାହା ପ୍ରଥମରୁ ଭାବିଛ ସେଥିରୁ ପଛଘୁଂଚା ଦିଅ ନାହିଁ । ଧୋନିଙ୍କର ଏଭଳି ଦୁଇ ପ୍ରକାର ନିଷ୍ପତ୍‌ିକୁ ସେ ସମାଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.