ଛିଡା ଚପଲ ପିନ୍ଧି ଯାଉଥିବାବେଳେ ଏୟାରପୋର୍ଟରେ ସ୍ପଟ୍‌ ହେଲେ ଗୌତମ ଗମ୍ଭୀର, ଦେଖନ୍ତୁ ଭିଡିଓ

ଟିକଟକରେ ସବୁଦିନ ଭଳି ଆଜି ବି ଏକ ଭିଡିଓ ରହିଛି ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣତଃ ଆମ ମନରେ ପ୍ରଶ୍ନ ଆସିଥାଏ ଏବଂ ଜାଣିବାକୁ ବହୁତ ଇଚ୍ଛା ଥାଏ ଯେ ସେଲିବ୍ରିଟୀମାନେ କେମିତି ଜୀବନ ଅତିବାହିତ କରନ୍ତି। ସେମାନେ କଣ ପିନ୍ଧନ୍ତି, କଣ ଖାଆନ୍ତି ଏହିସବୁ ବିଷୟରେ ଜାଣିବାକୁ ଇଚ୍ଛା ରହିଥାଏ। କିନ୍ତୁ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଜାଣିପାରିବେ ଯେ ସେମାନେ ମଧ୍ୟ ଆମମାନଙ୍କ ଭଳି ଜୀବନ ଅତିବାହିତ କରନ୍ତି। ସେମାନଙ୍କର ମଧ୍ୟ ଆମ ଭଳି ସମସ୍ୟା ହୋଇଥାଏ, ଆଉ ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣିପାରିବେ।

gambhirଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର ଏବଂ ବିଜେବି ସାଂସଦ ଗୌତମ ଗମ୍ଭୀରଙ୍କର ଏୟାରପୋର୍ଟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଗୌତମ ଗମ୍ଭୀରଙ୍କର ଏହି ଭିଡିଓକୁ ଦେଖିଲେ ଆପଣ ବି ହସିଦେବେ। ଟିକଟକରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।
ଭିଡିଓରେ ଆପଣ ଦେଖିପାରିବେ ଗୌତମ ଗମ୍ଭୀର ପତ୍ନୀଙ୍କ ସହିତ ଏୟାରପୋର୍ଟରୁ ବାହାରକୁ ଆସୁଛନ୍ତି। ଏହି ସମୟରେ ଗୌତମଙ୍କ ଚପଲ ଛିଡି ଯାଇଥିବା ଦେଖିବାକୁ ମିଳିଛି। ଛିଡା ଚପଲ ପିନ୍ଧି ସେ ପାଦକୁ ଘୋସରାଇ ଘୋସରାଇ ଯାଉଥିବା ଦେଖିବାକୁ ମିଳିଥିଲା।

@tirthbajwawalaGautam gumbir De chappal Tut Gai airport Te😂😂😂

♬ original sound – Tirth Bajwa Wala


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୌତମ ଗମ୍ଭୀର ଡିସେମ୍ବର ୨୦୧୮ରେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ୟାସ୍‌ ନେଇଥିଲେ। ଯାହାପରେ ସେ ରାଜନୀତିରେ ପାଦ ରଖିଥିଲେ। ଏହାପରେ ସେ ବିଜେପି ପାର୍ଟୀ ଜଏନ କରିଥିଲେ ଏବଂ ପୂର୍ବ ଦିଲ୍ଲୀରେ ଲୋକସଭା ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ଲାଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.