Below header

କରୋନା ମେକଅପ୍‌ ଯୋଗୁ ଟ୍ରୋଲ ହେଲେ ମେକଅପ୍‌ ଆଟିଷ୍ଟ, ଭିଡିଓ ଦେଖି ଏମିତି ରିଆକ୍ସନ୍‌ ଦେଲେ ଲୋକେ

କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଚିନ୍ତିତ ରହିଛି। ଏହି ଭାଇରସ୍‌କୁ ମାତ୍‌ ଦେବା ପାଇଁ ସତର୍କତା ହିଁ ଏକ ମାତ୍ର ମାଧ୍ୟମ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଏଣୁ ସମସ୍ତେ ସଚେତନ ରହୁଛନ୍ତି। ତେବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଫାତିମା ଅଲ୍‌ଦେବାନ୍‌ ନାମକ ଜଣେ ମେକଅପ୍‌ ଆଟିଷ୍ଟ କରୋନା ଭାଇରସ୍‌ ମେକ୍‌ଅପ୍‌ ଟ୍ୟୁଟୋରିଆଲ ତିଆରି କରିଛନ୍ତି। ଏଥିରେ ସେ ମେକ୍‌ଅପ୍‌ ଭିଡ଼ିଓ ତିଆରି କରି ସେୟାର କରୁଛନ୍ତି। ତେବେ ବର୍ତ୍ତମାନ ସେ ନିଜର ଏକ ଭିଡିଓ ଯୋଗୁ ଟ୍ରୋଲ ହେଉଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

عدسات الي تجننن من @sbcosmetics.1 (Wood)اسم اللون الرموش منهم بعد حرفN مسكارة الحواجب من @hourglasscosmetics (Arch dark brunette ) تنت @nudestix كلتر @urbandecayme @urbandecaycosmetics المسكارة مال رموش وقلم حواجب رقم4 @benefitmiddleeast #urbandecay #hourglass #hourglasscosmetics #beauty #benefitcosmetics #benefitbrows #eyebrows #كورونا #فايروس_كورونا #مكياج #دبي #هي_وبس #مكياج_عروس #الامارات #العراق #كمامات #facemask #بغداد #اكسبلور #اكسبلور_explore #فولو #لايك#السعودية #البحرين #عمان_السلطنه #دمام #جدة #الخبر#المدينة

A post shared by Makeup Artist-فاطمة الديوان💄 (@fatimaaldewan) on

ଫାତିମା ସବୁବେଳେ ସୋସିଆଲ ମିଡିଆରେ ଅପ୍‌ଡେଟ୍‌ ରହିଥାନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଲୋୟର୍ସ ସଂଖ୍ୟା ୮୦ ହଜାରରୁ ବି ଅଧିକ ରହିଛି। କିଛି ଦିନ ତଳେ ସେ କରୋନା ଭାଇରସ୍‌କୁ ନେଇ ଏକ ଭିଡିଓ ସେୟାର କରିଥିଲେ। ଭିଡିଓକୁ ଏବେ ପର୍ଯ୍ୟନ୍ତ ୮୮ ହଜାରରୁ ଊର୍ଦ୍ଧ୍ୱ ଥର ଦେଖା ସରିଲାଣି। ଭିଡିଓକୁ ସେୟାର କରି ସେ ଲେଖିଛନ୍ତି ଯେ ଭାଇରସ୍‌ କରୋନା ମେକଅପ୍‌। ଏହି ଭିଡିଓରେ ଫାତିମା ମାସ୍କ ପିନ୍ଧି ଆଖିର ମେକ୍‌ଅପ୍‌ କରୁଥିବା ଦେଖାଯାଇଛି।

corona

ତେବେ ସୋସିଆଲ ମିଡିଆରେ ଫାତିମାଙ୍କ ଭିଡିଓକୁ ଲୋକମାନେ ଏତେଟା ପସନ୍ଦ କରିନାହାନ୍ତି। ମାତ୍ର ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଏବେ ଯାଏଁ ଏହି ଭିଡିଓରେ ୫୦୦ ରୁ ଅଧିକ ଲୋକ କମେଣ୍ଟ କରିସାରିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.