ଗୁଜରାଟ ଟାଇଟନ୍ସର ଦ୍ୱିତୀୟ ବିଜୟ, ଦିଲ୍ଲୀକୁ ୧୪ ରନରେ କଲା ପରାସ୍ତ

ବ୍ୟୁରୋ : ଶୁଭମନ ଗିଲଙ୍କ ଦମଦାର ଅର୍ଦ୍ଧଶତକ ଏବଂ ଲୋକି ଫର୍ଗ୍ୟୁସନଙ୍କ ଶାଣିତ ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ଦିଲ୍ଲୀକୁ ୧୪ ରନରେ ପରାସ୍ତ କରିଛି । ଏହାସହ ଚଳିତ ସିଜିନରେ ଗୁଜରାଟ ଟାଇଟନ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲସ୍‌ ଦୁଇଟି ମ୍ୟାଚରୁ ପ୍ରଥମ ପରାଜୟ ଭୋଗିଛି ।

ପ୍ରଥମେ ବ୍ୟାଟିଂ କରି ଶୁଭମନ ଗିଲଙ୍କ ୮୪ ରନ ଓ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ୩୧ ରନ ବଳରେ ୬ ଓ୍ଵିକେଟ ହରାଇ ୧୭୧ ରନ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲସ୍‌ ୯ ଓ୍ଵିକେଟ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା । ଅଧିନାୟକ ଋଷଭ ପନ୍ତ ସର୍ବାଧିକ ୪୩ ରନ କରିଥିଲେ ।

ପ୍ରଥମ ମ୍ୟାଚରେ ମୁମ୍ଭାଇକୁ ୨୩ ରନ୍‌ରେ ହରାଇଲା ରାଜସ୍ଥାନ ରୟାଲ୍‌ସ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଆଗରେ ୧୯୪ ରନ୍‌ର ଟାର୍ଗେଟ ରଖିଥିଲା । ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୭୦ ରନ୍‌ କରିପାରିଥିଲା ମୁମ୍ବାଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.