ଗ୍ୱାଲିୟର ପ୍ରୋ-ପଞ୍ଜା ଲିଗ୍‌ରେ ଚମକିଲେ ଓଡ଼ିଆ, ଜିତିଲେ ୩ ପଦକ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଗ୍ୱାଲିୟରରେ ପ୍ରୋ-ପଞ୍ଝା ଲିଗ୍‌ରେ ଚମକିଲେ ଓଡ଼ିଆ । ଏହି ସର୍ବ ଭାରତୀୟ ବାହୁ କୁସ୍ତି ଚମ୍ପିୟାନସିପରେ ଓଡିଶା ଟିମ୍‌ ତିନୋଟି ପଦକ ଜିତିଛନ୍ତି । ଯେଉଁଥିରେ ଏକ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ଓଡିଶାର ୧୮ଜଣିଆ ଟିମ୍‌ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସୁନ୍ଦର ଖେଳ ପ୍ରଦର୍ଶନ କରି ଏହି ସଫଳତା ସାଉଁଟିଛନ୍ତି ଓଡ଼ିଆ ଖେଳାଳି। ମୋଟ ୭୦୦ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ଓଡିଶାର ୧୮ଜଣ ଖେଳାଳିଙ୍କ ମଧ୍ୟରୁ ପୂର୍ବତନ ଜାତୀୟ ଚାମ୍ପିୟାନ ଚନ୍ଦନ ବେହେରା ୧୦୦ କେଜି ବର୍ଗରେ ସ୍ୱର୍ଣ୍ଣ, ରୁଦ୍ର ନାୟକ ୬୦ କେଜିରେ ରୌପ୍ୟ ଏବଂ ପ୍ରମୋଦ ମୁଖି ୧୦୦ କେଜିରେ ବ୍ରୋଞ୍ଜ ପଦକ ଜିତିଥିଲେ । ଆଗକୁ ଅକ୍ଟୋବର ମାସରେ ଗୋଆରେ ଏକ ପ୍ରୋ ପଞ୍ଝା ଲିଗ୍‌ର ଆଉ ଏକ ରାଉଣ୍ଡ ଅନୁଷ୍ଠିତ ହେବ । ଏଥିରେ ମଧ୍ୟ ଓଡିଶା ଟିମ୍‌ ଭାଗ ନେବେ । ଦଳ ସେଠାରେ ଆହୁରି ଭଲ କରିବ ବୋଲି ଖେଳାଳି ଆଶା ରଖିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.