‘ପ୍ଲିଜ ଦୁଇ ଦେଶ ମଧ୍ୟରେ କ୍ରିକେଟ ଖେଳ ହେବାକୁ ଦିଅ’, ମୋଦିଙ୍କୁ ନିବେଦନ କଲେ ଶାହିଦ ଆଫ୍ରିଦି
‘ମୋଦି ସାହେବ ପ୍ଲିଜ୍ ଦୁଇ ଦେଶ ମଧ୍ୟରେ କ୍ରିକେଟ ଖେଳ ହେବାକୁ ଦିଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କଲେ ଶାହିଦ ଆଫ୍ରିଦି। ଏସିଆ କପ୍ ୨୦୨୩ ନେଇ ମୋଦିଙ୍କୁ ନିବେଦନ କଲେ ପାକିସ୍ତାନର ପୂର୍ବତନ ଖେଳାଳି ଆଫ୍ରିଦି ।

ଚଳିତବର୍ଷ ଏସିଆ କପକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ଚଳିତବର୍ଷ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜନ କରିବ । କିନ୍ତୁ ବିସିସିଆଇ ସଚିବ ଜୟ ଶାହା ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୩ ପାଇଁ ପାକିସ୍ତାନ ଗ୍ରସ୍ତ କରିବ ନାହିଁ ବୋଲି ପୂର୍ବରୁ ମନା କରିସାରିଛନ୍ତି । ବିସିସିଆଇର ଏଭଳି ମନ୍ତବ୍ୟ ପରେ ଏସିଆ କପକୁ ଅନ୍ୟ କୌଣସି ସ୍ଥାନକୁ ସିଫ୍ଟ କରାଯିବାର ଯୋଚନା ରହିଛି । କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆ କପକୁ ନିଜ ଦେଶରେ କରିବାକୁ ଜିଦି ଧରିଛି । ଏହା ମଧ୍ୟରେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ ଆଫ୍ରିଦି ଦୁଇ ଦେଶରେ ଖେଳ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି ।
ଆଫ୍ରିଦି କହିଛନ୍ତି, ପାକିସ୍ତାନର ସୁରକ୍ଷା ଦାୟିତ୍ୱକୁ ନେଇ ପ୍ରଶ୍ନ ରହିଛି ଯଦି ନିକଟରେ ଅନେକ ଇଣ୍ଟରନ୍ୟାସନାଲ ଟିମ୍ ଦେଶକୁ ଗ୍ରସ୍ତ କରିଥିଲା । ଆମକୁ ମଧ୍ୟ ଭାରତରେ ସୁରକ୍ଷାକୁ ନେଇ ବିପଦ ରହିଥାଏ । କିନ୍ତୁ ଯଦି ଦୁଇ ଦେଶର ସରକାରଙ୍କ ଠାରୁ ଅନୁମତି ମିଳେ ତେବେ ଦୁଇ ଟିମ ମଧ୍ୟରେ ଖେଳ ସମ୍ଭବ ହୋଇପାରିବ । ମୋଦି ସାହେବ କ୍ରିକେଟ ଖେଳିବାକୁ ଦିଅ ବୋଲି ଆଫ୍ରିଦି କହିଛନ୍ତି ।
“BCCI is a very strong board, but when you are strong, you have more responsibility. You don’t try to make more enemies, you need to make friends. When you make more friends, you become stronger,” says Shahid Afridi.
✍️ @pdevendra https://t.co/psaO0G1Z0r
— Express Sports (@IExpressSports) March 21, 2023
ଯଦି ଆମେ କାହା ସହିତ ସାଙ୍ଗ ହେବାକୁ ଚାହୁଁଛି, ଆଉ ସେ ଆମ ସହିତ କଥା ହେବାକୁ ଚାହୁଁନାହାନ୍ତି। ତେବେ ଆମେ କ’ଣ କରିବୁ । ବିସିସିଆଇ ମଜବୁତ ବୋର୍ଡ ଏଥିରେ କୌଣସି ସନ୍ଦେହ ନାହିଁ । ଆପଣଙ୍କ ଉପରେ ଅଧିକ ଦାୟିତ୍ୱ ରହିଛି । ଆପଣ ଶତ୍ରୁତା କରିବାକୁ ଚେଷ୍ଟା ନ କରନ୍ତୁ । ଆପଣ ବନ୍ଧୁତ୍ୱ ସୃଷ୍ଟି କରନ୍ତୁ । ଅଧିକ ବନ୍ଧୁତ୍ୱ ସୃଷ୍ଟି କଲେ ଆପଣ ମଜବୁତ ହେବେ ।
ଶାହିଦ ୨୦୦୫ରେ ପାକିସ୍ତାନରେ ହୋଇଥିବା ସିରିଜକୁ ନେଇ କହିଛନ୍ତି, ସେତେବେଳେ ବଡ ବଡ ମିଡିଆ ଲୋକ ଆସିଥିଲେ । ହରଭଜନ ଏବଂ ଯୁବରାଜ ଏବଂ ଅନ୍ୟ ଖେଳାଳି ବାହାରକୁ ଯାଇ ସପିଂ କରନ୍ତି। ରେଷ୍ଟୁରାଣ୍ଟ ମଧ୍ୟ ଯାଆନ୍ତି।