୩୮ବର୍ଷରେ ପାଦ ଦେଲେ ଭାରତୀୟ ମହିଳା କ୍ରିକେଟ ଦିନିକିଆ ଟିମର କ୍ୟାପଟେନ ମିତାଲି ରାଜ୍, ଜାଣନ୍ତୁ ତାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ

ଭାରତୀୟ ମହିଳା କ୍ରିକେଟ ଦିନିକିଆ ଟିମର କ୍ୟାପଟେନ ମିତାଲି ରାଜ୍ ଙ୍କର ଆଜି ଅର୍ଥାତ ଡିସେମ୍ବର ୩ରେ ଜନ୍ମଦିନ। ମିତାଲି ଆଜି ନିଜ ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ମିତାଲିଙ୍କୁ ଭାରତୀୟ କ୍ରିକେଟ ଟିମର ସଚିନ ତେନ୍ଦୁଲକର କୁହାଯାଏ। କାରଣ କ୍ରୀଡ଼ା ଜଗତରେ ତେନ୍ଦୁଲକର ଯେଉଁସବୁ ରେକର୍ଡ ନିଜ ନାଁରେ କରିଛନ୍ତି, ମିତାଲି ମଧ୍ୟ ଜଣେ ମହିଳା କ୍ରିକେଟର ଭାବେ ସେସବୁକୁ ନିଜ ନାଁରେ କରିବାରେ ସଫଳ ହୋଇଛନ୍ତି।

ଡାହାଣ ହାତୀ ବ୍ୟାଟିଂ କରି ବୋଲରଙ୍କ ନିଦ ହଜାଇ ଦେଉଥିବା ମିତାଲି ୩ ଡିସେମ୍ବର ୧୯୮୨ରେ ରାଜସ୍ଥାନର ଯୋଧପୁରରେ ଜନ୍ମଗ୍ରହଣ କରିଥିଲେ। ୧୯୯୯ ମସିହାରେ ମିତାଲି ନିଜର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିଲେ। ମାତ୍ର ୧୭ ବର୍ଷ ବୟସରେ ମିତାଲି ଅନ୍ତର୍ଜାତୀୟ କ୍ରିକେଟରେ ପାଦ ରଖିଥିଲେ। ସେ ସମୟରେ ଝିଅମାନଙ୍କୁ ଖେଳିବାକୁ ଅନୁମତି ମିଳୁନଥିବା ବେଳେ ମିତାଲି ସବୁ ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢ଼ିଥିଲେ।

ପିଲାବେଳେ ମିତାଲି ଡ୍ୟାନ୍ସ କରିବାକୁ ଭଲ ପାଉଥିଲେ। କିନ୍ତୁ ବଡ଼ ହେବା ପରେ ସେ କ୍ରିକେଟ ପ୍ରତି ଆକର୍ଷିତ ହେଲେ। ଫଳସ୍ୱରୂପ ସେ ଆଜି କ୍ରିକେଟ ଜଗତର ଜଣେ ଚର୍ଚ୍ଚିତ ନାୟିକା। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟ ଧରି ପଡ଼ିଆରେ ନିଜ ଦବଦବା ଜାରି ରଖିଛନ୍ତି ମିତାଲି। ଆଜି ତାଙ୍କ ଜନ୍ମ ଦିନରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.