ଲଗାତାର ତୃତୀୟ ଥର ହାରିବା ପରେ ଭଗବାନଙ୍କ ଶରଣରେ ହାର୍ଦ୍ଦିକ ପାଣ୍ଡ୍ୟା, ଭିଡିଓ ଭାଇରଲ

ଲଗାତାର ୩ଟି ମ୍ୟାଚ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭଗବାନଙ୍କ ଆଶ୍ରୟ ନେଇଛନ୍ତି । ମୁମ୍ବାଇ ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ ଖେଳିବ । ଆଉ ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟର ସୋମନାଥ ମନ୍ଦିରରେ ପହଞ୍ଚିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତବର୍ଷ ଆଇପିଏଲ ୨୦୨୪ ଲଗାତାର ୩ଟି ମ୍ୟାଚ ହାରିସାରିଛି । ଆଉ ଲଗାତାର ୩ଟି ମ୍ୟାଚ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭଗବାନଙ୍କ ଆଶ୍ରୟ ନେଇଛନ୍ତି । ମୁମ୍ବାଇ ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ ଖେଳିବ । ଆଉ ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟର ସୋମନାଥ ମନ୍ଦିରରେ ପହଞ୍ଚିଛନ୍ତି ।

ହାର୍ଦ୍ଦିକ ମନ୍ଦିରରେ ପୂଜା କରିବାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ହାର୍ଦ୍ଦିକ ସଂପୂର୍ଣ୍ଣ ନୀତିରୀତି ଅନୁଯାୟୀ ମନ୍ଦିରରେ ପୂଜା କରୁଛନ୍ତି । ହାରିବା ପରେ ଭଗବାନଙ୍କ ଶରଣରେ ପହଞ୍ଚିଛନ୍ତି ହାର୍ଦ୍ଦିକ । ହାର୍ଦ୍ଦିକଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ବାରମ୍ବାର ହାରିବା ଯୋଗୁଁ ଟ୍ରୋଲିଂର ଶିକାର ହୋଇଥିଲେ ପାଣ୍ଡ୍ୟା । ରୋହିତଙ୍କ ବଦଳରେ ତାଙ୍କୁ କ୍ୟାପିଟେନ୍ସୀ କରାଯିବା ନେଇ ଫ୍ୟାନ୍ସ ବହୁତ ନାରାଜ ଥିଲେ ।


ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିଥିଲା । ଏହି ମ୍ୟାଚରେ ମୁମ୍ବାଇ ୬ ରନରେ ହାରିଥିଲା । ଏହାପରେ ଟିମ୍‌ ସିଜନର ଦ୍ୱିତୀୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳିଥିଲା । ଏଥିରେ ମଧ୍ୟ ମୁମ୍ବାଇର ୩୧ ରନରେ ମ୍ୟାଚ ହାରିଥିଲା ।

ଏହାପରେ ତୃତୀୟ ମ୍ୟାଚ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଓ୍ଵାଙ୍ଖଡେରେ ଘରୋଇ ପଡିଆରେ ଖେଳିଥିଲା । କିନ୍ତୁ ମୁମ୍ବାଇ ଏଥିରେ ମଧ୍ୟ ୬ ଓ୍ଵିକେଟରେ ପରାଜୟର ଶିକାର ହୋଇଥିଲା । ତେବେ ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଥିବା ମ୍ୟାଚକୁ ଭଗବାନଙ୍କ ଆଶୀର୍ବାଦରୁ ଜିତୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.