Below header

ମେଡିକାଲ୍‌ ନେଲା ବେଳେ ପିଟିଲା ଟ୍ରକ: ଅସୁସ୍ଥ ମା’ ମୃତ, ପୁଅ ଗୁରୁତର

ଅସୁସ୍ଥ ମା’କୁ ବାଇକ୍‌ରେ ପୁଅ ମେଡିକାଲ୍‌ ଆଣିଲା ବେଳେ ଦୁର୍ଘଟଣା । ବାଇକ୍‌କୁ ପଛରୁ ଧକ୍କା ଦେଇ ଚମ୍ପଟ ମାରିଲା ଟ୍ରକ ଡ୍ରାଇଭର । ଏଭଳି ଘଟଣା ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ବ୍ରିଜ ଉପରେ ଘଟିଛି । ଫଳରେ ଦୁର୍ଘଟଣାରେ ମା’ ମୃତ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି ।

ବୌଦ୍ଧ (କେନ୍ୟୁଜ): ଅସୁସ୍ଥ ମା’କୁ ବାଇକ୍‌ରେ ପୁଅ ମେଡିକାଲ୍‌ ଆଣିଲା ବେଳେ ଦୁର୍ଘଟଣା । ବାଇକ୍‌କୁ ପଛରୁ ଧକ୍କା ଦେଇ ଚମ୍ପଟ ମାରିଲା ଟ୍ରକ ଡ୍ରାଇଭର । ଏଭଳି ଘଟଣା ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ବ୍ରିଜ ଉପରେ ଘଟିଛି । ଫଳରେ ଦୁର୍ଘଟଣାରେ ମା’ ମୃତ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି ।

ସୂଚନା ଅନୁସାରେ ମା ଗୁରୁବାରିଙ୍କ ଦେହ ଅସୁସ୍ଥ ଥିବାରୁ ପୁଅ ସୁଜିତ୍ ପ୍ରଧାନ ବୌଦ୍ଧ ହସ୍ପିଟାଲକୁ ଆଣୁଥିବା ସମୟରେ ବୌଦ୍ଧ-କିଆକଟା ବ୍ରିଜ ଉପରେ ବାଇକକୁ ପିଟିଲା ଟ୍ରକ । ଏଥିରେ ମାର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଆଜି ବୌଦ୍ଧ ଜିଲ୍ଲାରେ ପୁରୁଣାକଟକ ଥାନା ଅନ୍ତର୍ଗତ ଲୁଣିବାହଲ ନିକଟରେ କଖାରୁ ବୋଝେଇ ଟ୍ରକକୁ ଅଜଣା ଗାଡି ଧକ୍କା ଦେବାରୁ ଟ୍ରକ ଡ୍ରାଇଭର ସମେତ ତାଙ୍କର ୩ପୁଅ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ବୌଦ୍ଧ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.