Below header

ଦିଲ୍ଲୀ ଅବକାରୀ ନୀତି ଘୋଟାଲା : ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି, ୧୮ ଏପ୍ରିଲ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋସିଆଙ୍କୁ ଝଟକା ଲାଗିଛି । ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ବଢାଇଛନ୍ତି । ମନୀଷ ସିସୋଦିଆ ୨୬ ଫେବୃଆରୀ ୨୦୨୩ରୁ ଜେଲରେ ରହିଛନ୍ତି ।

ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋସିଆଙ୍କୁ ଝଟକା ଲାଗିଛି । ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ବଢାଇଛନ୍ତି ।
ମନୀଷ ସିସୋଦିଆ ୨୬ ଫେବୃଆରୀ ୨୦୨୩ରୁ ଜେଲରେ ରହିଛନ୍ତି । ଏହି ମାମଲାରେ ସିବିଆଇ ଏବଂ ଇଡି କହିଛନ୍ତି କି, ସିସୋଦିଆ ମଦ କାରବାର ଫାଇଦା ଉଠାଇବା ପାଇଁ ଅବକାରୀ ନୀତିରେ ପରିବର୍ତ୍ତନ କରିଥିଲେ । ଏଥିପାଇଁ ଆପ୍‌ ନେତାଙ୍କୁ ପ୍ରଚୁର ମାତ୍ରାରେ ଅର୍ଥ ମଧ୍ୟ ମିଳିଛି ।

ଏହାପୂର୍ବରୁ ସିସୋଦିଆଙ୍କ ଜାମିନ ଯାଚିକା ଉପରେ ୨ ଏପ୍ରିଲରେ ଶୁଣାଣି ହୋଇଥିଲା । ଏହି ସମୟରେ ଅଦାଲତ କହିଥିଲେ, ତାଙ୍କୁ ଜେଲରେ ରଖିବା କୌଣସି ଫାଇଦା ନାହିଁ, ତାଙ୍କ ବିରୋଧରେ ଚାଲିଥିବା ଯାଞ୍ଚ ସଂପୂର୍ଣ୍ଣ ହୋଇସାରିଛି ।

ମନୀଷ ସିସୋଦିଆ ନିଜ ବିଧାନସଭା କ୍ଷେତ୍ର ପାଇଁ ତିହାର ଜେଲରୁ ଏକ ଚିଠି ଲେଖିଥିଲେ । ଏହି ଚିଠିରେ ନିଜର ସ୍ଥିତିର ତୁଳନା ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ କରିଥିଲେ । କିଭଳି ସ୍ୱାଧୀନତା ସଂଗ୍ରାମୀମାନେ ଇଂରେଜ ଦ୍ୱାରା ଦିଆଯାଉଥିବା ଅତ୍ୟାଚାର ବିରୋଧରେ ଲଢୁଥିଲେ ଏବଂ ନିଜ ଶିକ୍ଷା ପାଇଁ ପ୍ରତିବଦ୍ଧତା ରହିଥିଲେ । ସିସୋଦିଆ ଖୁବଶୀଘ୍ର ଜେଲରୁ ବାହାରିବେ ବୋଲି ମଧ୍ୟ କହିଥିଲେ । ସେ କହିଥିଲେ, ଗତ ବର୍ଷେ ହେଲାଣି ଆପଣ ସମସ୍ତେ ମନେପଡୁଛନ୍ତି । ସମସ୍ତେ ଏକାଠି ସଚ୍ଚୋଟତାର ସହ କାମ କରିଥିଲେ । ଦିଲ୍ଲୀରେ ଭଲ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏକାଠି ଲଢ଼ିଛେ । ‘ଖୁବଶୀଘ୍ର ଆପଣଙ୍କୁ ବାହାରେ ଦେଖାହେବି । ଇଂରେଜ ଶାସନ କାଳରେ ସେମାନଙ୍କର ଅହଂକାର ଥିଲା, ସେମାନେ ନୀରିହ ଲୋକଙ୍କୁ ମିଛ ମାମଲାରେ ଫସାଇ ଜେଲ ପଠାଉଥିଲେ ।

ସିସୋଦିଆ ଆହୁରି ଲେଖିଛନ୍ତି ଯେ ‘ଦେଶ ବିକଶିତ ହେବା ପାଇଁ ଭଲ ଶିକ୍ଷା ଏବଂ ସ୍କୁଲ ରହିବା ଜରୁରୀ । ମୁଁ ଖୁସି ଯେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀରେ ଶିକ୍ଷା କ୍ରାନ୍ତି ଆସିଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାର ନୀତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଆପ୍‌ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂ ପ୍ରମୁଖ ଜେଲରେ ରହିଥିଲେ । ସଞ୍ଜୟ ସିଂ ଗତ ୨ ଦିନ ତଳୁ ଜାମିନ ପାଇଛନ୍ତି । ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଦୁର୍ନୀତି ମାମଲାରେ ସେ ୬ମାସ ଜେଲରେ ଥିଲେ । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ସାଂସଦ ସଞ୍ଜୟ ସିଂ । ତେବେ ଆପ୍‌ ନେତା ସଞ୍ଜୟ ସିଂ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ମନୀଷ ସିସୋଦିଆ ଖୁବଶୀଘ୍ର ଜେଲରୁ ବାହାରିବେ । କାରଣ ଏହି ଘୋଟାଲା ଆପ୍‌ ନୁହେଁ ବରଂ ବିଜେପି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.