ଭଉଣୀ ମୃତ୍ୟୁ ଖବର ଶୁଣି ଆଇପିଏଲରୁ ଚାଲିଆସିଲେ ହର୍ଷ ପଟେଲ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର( ଆରସିବି)ର ଦ୍ରୁତ ବୋଲର ହର୍ସଲ ପଟେଲଙ୍କ ପାଇଁ ଏକ ଅଶୁଭ ଖବର । ନିଜର ଜଣେ ପାରିବାରିକ ସଦସ୍ୟଙ୍କ ମୃତ୍ୟୁ ପରେ ଆଇପିଏଲରୁ ବିରତି ନେଇଛନ୍ତି ହର୍ସଲ | ମୁମ୍ବାଇ ଇଂଡିଆନ୍ସ ବିରୋଧରେ ମ୍ୟାଚ ଖେଳିବା ପରେ ପରିବାର ସଦସ୍ୟଙ୍କ ମୃତ୍ୟୁ ନେଇ ଖବର ଶୁଣିବା ପରେ ହର୍ସଲ ବାୟୋ -ବବଲରୁ ବାହାରି ଆସିଛନ୍ତି । ବିଗତ ଦୁଇ ସିଜିନ ଧରି ହର୍ସଲ ଆରସିବି ପାଇଁ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ସେ ମୁମ୍ବଈ ଇଣ୍ଡିୟାନସ ବିରୋଧ ମ୍ୟାଚରେ ଦଳ ପାଇଁ ଦୁଇଟି ଵିକେଟ ମଧ୍ୟ ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ନିଜ ଭଉଣୀ ମୃତ୍ୟୁ ଖବର ଶୁଣି ଆଇପିଏଲରୁ ଓହରି ଆସିଛନ୍ତି | ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଚେନ୍ନାଇ ବିପକ୍ଷ ମ୍ୟାଚରେ ହର୍ଷଲ ଖେଳିବା ନେଇ ସ୍ଥିର ହୋଇଛି । ଶୁଣାଯାଉଛିକି ଫେରିବା ପରେ ହର୍ଷଲଙ୍କୁ କିଛି ଦିନ କ୍ଵାରିଣ୍ଟୀନରେ ରହିବାକୁ ପଡିବ । ଆଉ ଏହି ସମୟରେ ତାଙ୍କୁ କେତେ ଗୁଡିଏ କରୋନା ଟେଷ୍ଟ ମଧ୍ୟ କରାଇବାକୁ ହେବ । ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ତାଙ୍କୁ ବାୟୋ ବବଲରେ ଏଣ୍ଟ୍ରି ମିଳିବ । ଗତ ବର୍ଷ ଟିମରେ ଯୋଗ ଦେବା ପରେ ୩୧ ବର୍ଷୀୟ ହର୍ଷଲ ୨୦ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି ।

ଗତ ସିଜିନରେ ପରପଲ କ୍ୟାପ ଜିତିଥିଲେ । ୧୫ ଟି ମ୍ୟାଚ ଖେଳିଥିବା ବେଳେ ସେଥିରେ ୩୨ଟି ଵିକେଟ ନେଇଛନ୍ତି । ଆରସିବିର ଷ୍ଟାର ପ୍ଲେୟର ରହି ଆସିଛନ୍ତି ହର୍ଷଲ । ଚଳିତ ସିଜିନରେ ସେ ଖେଳିଥିବା ଚାରିଟି ମ୍ୟାଚରେ ୬ ଵିକେଟ ନେଇଛନ୍ତି । ଯେବେକି ଦଳ ତିନିଟି ମ୍ୟାଚରେ ବିଜୟ ହାସଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.