ଆଇସିସି ଅଲରାଉଣ୍ଡର ରାଙ୍କିଂ: ଶୀର୍ଷ ୫ ସ୍ଥାନରେ ୩ ଭାରତୀୟ, ପ୍ରଥମ ସ୍ଥାନରେ ଜାଡେଜା

ଭାରତୀୟ ଟିମ୍‌ ଟେଷ୍ଟ ମ୍ୟାଚ ଜିତାଇଥିବା ରବିନ୍ଦ୍ର ଜାଡେଜା ଅଲରାଉଣ୍ଡରସ ଆଇସିସି ଟେଷ୍ଟ ରାଙ୍କିରେ ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ତାଲିକାର ଟପ୍‌ ୫ ଜଣଙ୍କ ମଧ୍ୟରେ ୩ଟି ସ୍ଥାନ ଭାରତୀୟ ଅଧିକାର କରିଛନ୍ତି । ଜାଡେଜାଙ୍କ ବ୍ୟତୀତ ଅଶ୍ୱିନ ଏବଂ ଅକ୍ଷୟ ପଟେଲ ଏହି ତାଲିକାରେ ରହିଛନ୍ତି ।

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ କାରଣରୁ ଆଇସିସି ଟେଷ୍ଟ ରାଙ୍କିରେ ଭାରତକୁ ଫାଇଦା ମିଳିଛି । ଏହି ସିରିଜର ୩ଟି ମ୍ୟାଚ ଖେଳ ସରିଛି । ଏହି ସିରିଜରେ ଟିମ୍‌୨-୧ରେ ଆଗୁଆ ରହିଛି । ଭାରତୀୟ ଟିମର ନଜର ଏବେ ରାଞ୍ଚି ଟେଷ୍ଟ ଉପରେ ରହିଛି । ଆଉ ଏପଟେ ଭାରତୀୟ ଟିମକୁ ଆଇସିସି ଟେଷ୍ଟ ରାଙ୍କିରେ ଫାଇଦା ମିଳିଛି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ୪୩୪ ରନ୍‌ରେ ବିଜୟ ହାସଲ କରିବାରେ ଭାରତୀୟ ଅଲରାଉଣ୍ଡରସଙ୍କ ପ୍ରମୁଖ ଭୂମିକା ରହିଥିଲା । ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜା ପ୍ଲେୟାର ଅଫ ଦ ମ୍ୟାଚ ମଧ୍ୟ ଚୟନ ହୋଇଥିଲେ ।

ଭାରତୀୟ ଟିମ୍‌ ଟେଷ୍ଟ ମ୍ୟାଚ ଜିତାଇଥିବା ରବିନ୍ଦ୍ର ଜାଡେଜା ଅଲରାଉଣ୍ଡରସ ଆଇସିସି ଟେଷ୍ଟ ରାଙ୍କିରେ ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ତାଲିକାର ଟପ୍‌ ୫ ଜଣଙ୍କ ମଧ୍ୟରେ ୩ଟି ସ୍ଥାନ ଭାରତୀୟ ଅଧିକାର କରିଛନ୍ତି । ଜାଡେଜାଙ୍କ ବ୍ୟତୀତ ଅଶ୍ୱିନ ଏବଂ ଅକ୍ଷୟ ପଟେଲ ଏହି ତାଲିକାରେ ରହିଛନ୍ତି । ଅଶ୍ୱିନ ୩୩୦ ଟେଷ୍ଟ ରାଙ୍କିଂ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅକ୍ଷର ପଟେଲ ୨୮୧ ରାଙ୍କିଂ ଅଙ୍କ ସହିତ ୪ର୍ଥ ସ୍ଥାନରେ ରହିଛନ୍ତି ।

ଏହା ପୂର୍ବରୁ ଅକ୍ଷର ୫ମ ସ୍ଥାନରେ ଥିଲେ । କିନ୍ତୁ ବେନ ଷ୍ଟୋକ୍ସ ଖରାପ ପ୍ରଦର୍ଶନ ଯୋଗୁଁ ରାଙ୍କିରେ ତଳକୁ ଖସିଛନ୍ତି । ଯାହାର ଫାଇଦା ଅକ୍ଷର ପଟେଲଙ୍କୁ ମିଳିଛି । ଜାଡୋଜା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଶତକ ମାରିବା ସହିତ ୫ଟି ଓ୍ଵିକେଟ ନେଇଥିଲେ । ଜାଡେଜାଙ୍କ ଏଭଳି ପ୍ରଦର୍ଶନ ପରେ ସେ ଆଇସିସି ଟେଷ୍ଟ ରାଙ୍କିଂରେ ୪୬୯ ରେଟିଂ ହାସଲ କରିଛନ୍ତି । ଯାହା ତାଙ୍କ ଟେଷ୍ଟ କ୍ୟାରିଅରର ସବୁଠୁ ଶ୍ରେଷ୍ଠ ରେଟିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.