ୱାସିଂଟନ ସୁନ୍ଦରଙ୍କ କମାଲ୍ ବ୍ଯାଟିଂ, ୩୬୫ ରନ କରି ଅଲଆଉଟ୍ ହେଲା ଭାରତ

ମୋଟେରା ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲର୍ଡ ୪ର୍ଥ ଟେଷ୍ଟର ଆଜି ୩ୟ ଦିନ। ଦ୍ବିତୀୟ ଦିନ ଖେଳ ସୁଦ୍ଧା ଭାରତ ୭ ଉଇକେଟ ହରାଇ ୨୯୪ ରନ କରିଥିଲା। ଦ୍ବିତୀୟ ଦିନରେ ପନ୍ତଙ୍କ ଆକର୍ଷଣୀୟ ଶତକ ଏବଂ ୱାସିଂଟନ୍ ସୁନ୍ଦରଙ୍କ ଅପରାଜିତ ଅର୍ଦ୍ଧଶତକ ଭାରତକୁ ଦୃଢ଼ ସ୍ଥିତିରେ ରହିଥିଲା। ହାତରେ ୩ ୱିକେଟ୍ ଥାଇ ଘରୋଇ ଦଳ ୮୯ ରନ୍ରେ ଆଗୁଆ ରହିଥିଲା। ଆଜି ୩ୟ ଦିନ ଖେଳ ଆରମ୍ଭ ହୋଇଛି। ଅକ୍ସର ପଟେଲ ଏବଂ ୱାସିଂଟନ ସୁନ୍ଦର ପଡିଆରେ ରହି ବ୍ଯାଟିଂ କମାଲ ଦେଖାଇଥିଲେ। ତେବେ ୱାସିଂଟନ୍ ସୁନ୍ଦର (୯୬*, ୧୭୪ ବଲ୍, ୧୦ ଚୌକା) ଏବଂ ଅକ୍ଷର ପଟେଲ୍ (୪୩*, ୯୭ବଲ୍, ୫ ଚୌକା) ବ୍ୟାଟିଂ କରୁଛନ୍ତି। ଭାରତ ୩୬୫ ରନ କରି ଅଲଆଉଟ୍ ହୋଇଛି।

ଦ୍ବିତୀୟ ଦିନରେ ରୋହିତ ଶର୍ମା ଏବଂ ଚେତେଶ୍ବର ପୂଜାରା ଯୋଡି ବେଶ୍ କମାଲ କରିଥିଲା। ରୋହିତ ଶର୍ମା ୪୯ ରନ କରିଥିବା ବେଳେ ବିରାଟ କୋହଲି ଶୂନରେ ଆଉଟ ହୋଇଥିଲେ। ସେହିପରି ପୂଜାରା ୧୭ ରନ୍, ରାହାଣେ ୨୭ ରନ, ପନ୍ତ ୧୦୧ ରନ, ଅଶ୍ବିନ ୧୩ ରନ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ ୩ଟି, ବେନ ଷ୍ଟୋକ୍ସ ୨ଟି, ଜ୍ଯାକଲିଚ ୨ଟି ଉଇକେଟ ନେଇଛନ୍ତି।