Ind vs Eng: ଆଉଟ୍‌ ହେବା ପରେ ରାଗରେ ଡ୍ରେସିଂ ରୁମ୍‌ ଏମିତି କଲେ କୋହଲି, ଭିଡିଓ ହେଲା ଭାଇରାଲ

ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଅଧିନାୟକ ବିରାଟ କୋହଲି ମାତ୍ର ୪୪ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଥିଲେ। କିନ୍ତୁ ପୂର୍ବର ଅନେକ ଇନିଂସ ପରି ଏଥର ମଧ୍ୟ ସେ ସେଟ୍ ହେବା ପରେ ଆଉଟ୍ ହୋଇଥିଲ । ଟେଷ୍ଟ କ୍ରିକେଟରେ ଷଷ୍ଠ ଥର ପାଇଁ ବିରାଟ କୋହଲିଙ୍କୁ ଶିକାର କରିଛନ୍ତି ମୋଇନ୍ ଅଲି। ପୂର୍ବରୁ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ ରେ ବିରାଟ କୋହଲି ଆଉଟ କରିବାର ରେକର୍ଡ ରେ ଆଣ୍ଡରସନ୍, ଟିମ୍ ସାଉଥୀ ଏବଂ ମୋଇନ ଅଲିଙ୍କ ନାମ ରହିଛି । ଏହି ତିନି ବୋଲର କୋହଲିଙ୍କୁ 10 ଥର ଆଉଟ କରିବାର ପୂର୍ବରୁ ଦେଖାଯାଇଛି ।

 

ମାତ୍ର ମୋଇନ ଅଲିଙ୍କ ବଲରେ ଆଉଟ୍‌ ହେବା କୋହଲି ରାଗରେ ଡ୍ରେସିଂ ରୁମ୍‌ କାନ୍ଥକୁ ମୁଥା ମାରିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏମିତି କି ଧିରେ ଧିରେ ବ୍ୟାଟିଂ ପାଇଁ ବେଶ୍‌ ଉପଯୋଗୀ ହୋଇ ଚାଲିଥିବା ଓଭାଲ ପିଚ୍‌ରେ କୋହଲି ପୂରା ଜମି ସାରିଥିଲେ। ପୂରା ଇନିଂସରେ ଅଫ୍‌ ଷ୍ଟମ୍ପ ଲାଇନ ବଲକୁ ସତର୍କତା ସହ ଖେଳିଥିଲେ କୋହଲି। ଏପରି କି ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା କିଛି ଚିତାକର୍ଷକ କଭର ଡ୍ରାଇଭ୍‌। ଲାଗୁଥିଲା ଏହି ଇନିଂସରେ କୋହଲି ତାଙ୍କ ଶତକ ଅପେକ୍ଷାକୁ ପୂରଣ କରିବେ। କିନ୍ତୁ ମୋଇନଙ୍କ ବଲକୁ ଡିଫେନ୍ସ କରିବାକୁ ଯାଇ ସ୍ଲିପ ଅଞ୍ଚଳରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଆଉଟ୍‌ ହୋଇ ଡ୍ରେସିଂ ରୁମ୍‌ରେ ପହଞ୍ଚିବା ପରେ ରାଗରେ କାନ୍ଥକୁ ମୁଥା ମାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.