ପଞ୍ଜଶିର ଉପରେ ପାକିସ୍ତାନ ଏୟାରଫୋର୍ସର ଏୟାରଷ୍ଟ୍ରାଇକ୍, ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ରଙ୍କ ସହ ଜେନେରାଲ ଅବଦୁଲ ଉଦୁଦଙ୍କ ମୃତ୍ୟୁ

କେନ୍ଯୁଜ୍: ପଞ୍ଜଶିର-ତାଲିବାନ ଲଢେଇ ଜୋରଦାର। ଲଢେଇରେ ତାଲିବାନକୁ ସାଥ୍‌ ଦେଲା ପାକିସ୍ତାନ। ପଞ୍ଜଶିର ଉପରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ ଏୟାରଫୋର୍ସ । ଡ୍ରୋନ ସାହାଯ୍ୟରେ ବୋମା ବର୍ଷା କରିଛି ପାକିସ୍ତାନ । ଏଥିରେ ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର ଫହିମ ଦାସ୍ତି ମୃତ୍ୟୁ ବରଣ କରିଛନ୍ତି। ସେ ଜଣେ ଜଣାଶୁଣା ସାମ୍ବାଦିକ ମଧ୍ୟ ଥିଲେ।

ଜେନେରାଲ ଅବଦୁଲ ଉଦୁଦଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଅବଦୁଲ ଉଦୁଦ ଅହମ୍ମଦ ଶହା ମସୁଦଙ୍କ ପୁତୁରା। ଫହିମ ଦାସ୍ତିଙ୍କ ମୃତ୍ୟୁରେ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ବଡ଼ ଝଟକା ଲାଗିଛି। ଫହିମ ଅହମ୍ମଦ ଶାହା ମସୁଦ ଓ ତାଙ୍କ ପୁଅ ଅହମ୍ମଦ ମାସୁଦଙ୍କ ଘନିଷ୍ଠ ଥିଲେ।

ଅନ୍ୟପଟେ ପଞ୍ଜଶିର ଦଖଲ କରିଥିବା ଦାବି କରିଛି ତାଲିବାନ। ତାଲିବାନର ଆକ୍ରମଣ ପରେ ଶାନ୍ତି ବାର୍ତ୍ତାର ଆହ୍ଵାନ ଦେଇଛି ରେଜିଷ୍ଟାନ୍ସ ଫ୍ରଣ୍ଟ। ଆଲୋଚନା ମାଧ୍ୟମରେ ଯୁଦ୍ଧ ଶେଷ କରିବାକୁ କହିଛନ୍ତି NRF ମୁଖ୍ୟ ଅହମ୍ମଦ ମାସୁଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.