ଶୂନରେ ଆଉଟ ହୋଇ ମଧ୍ୟ ଡ୍ରେସିଂ ରୁମରେ ମସ୍ତି କରୁଥିବା ନଜର ଆସିଲେ କୋହଲି, ଭିଡିଓ ଭାଇରଲ
ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ଭାରତ ହାରିବା ପରେ ଫ୍ୟାନ୍ସ ଟେନସନରେ ରହିଥିଲେ। କିନ୍ତୁ ଏହି ମ୍ୟାଚ ବେଳର ଏକ ମଜାଦାର ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସଙ୍କ ମନ ଟିକେ ଖୁସି ରହିଛି। ଭାଇରଲ ହେଉଥିବା ଭିଡିଓରେ ବିରାଟଙ୍କ କୋହଲିଙ୍କୁ ଦେଖି ଫ୍ୟାନ୍ସ ଟିକେ ଆଶ୍ୱସ୍ତି ଅନୁଭବ କରିଛନ୍ତି।
ଟିମ୍ ଇଣ୍ଡିଆ ବ୍ୟାଟିଂ କରୁଥିବା ବେଳେ ୧୨.୪ ଓଭରରେ ଟିମ୍ ଇଣ୍ଡିଆ ୬୪ ରନରେ୨ଟି ଓ୍ଵିକେଟ ନେଇଥିଲା। ଏହି ସମୟରେ ଟିମ୍ ଇଣ୍ଡିଆର କ୍ୟାମ୍ପରେ ଟେନସନ ରହିଥିଲା। ତା’ ପରେ ଇଣ୍ଡିଆନ ଓ୍ଵିକେଟକିପର ଏବଂ ବ୍ୟାଟ୍ସମ୍ୟାନ ରନ୍ କରିବା ଆରମ୍ଭ କଲେ, ଯାହାକୁ ଦେଖି ବିରାଟ କୋହଲି ଏନଜଏ କରିବାକୁ ଲାଗିଲେ।
Virat kohli is such a mood 🤣✨ pic.twitter.com/yjC6XTlJIw
— Siddhi 🙂 (@_sectumsempra18) January 21, 2022
ମ୍ୟାଚ ବେଳେ ଋଷଭ ପନ୍ତ ବ୍ୟାଟିଂ କରୁଥିବା ବେଳେ ବିରାଟ କୋହଲି ଏବଂ ଶିଖର ଧଓ୍ଵନ ଡ୍ରେସିଂ ରୁମରେ ବସିଥିଲେ। ପନ୍ତ ମିଡ ଅଫ୍ ଫିଲ୍ଡର ଉପରେ ଜବରଦସ୍ତ ଚାରି ମାରିଥିଲେ। ଏହି ସର୍ଟ ଦେଖି କୋହଲି ଖୁସି୍ ହୋଇ ଡ୍ୟାନ୍ସ କରିବାକୁ ଲାଗିଥିଲେ। ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି।
ଦ୍ୱିତୀୟ ମ୍ୟାଚରେ ଋଷଭ ପନ୍ତ ୭୧ ବଲରେ ୮୫ ରନ୍ କରିଥିଲେ। ଏହି ରନରେ ପନ୍ତ ୧୦ଟି ଚଉକା ଏବଂ ୨ଟି ଛକା ମାରିଥିଲେ। ପନ୍ତଙ୍କ ଧୂଆଁଦାର ବ୍ୟାଟିଂ ଯୋଗୁଁ ହିଁ ଟିମ୍ ଇଣ୍ଡିଆ ୨୮୭ ରନ୍ ଲକ୍ଷ୍ୟ ଦେଇପାରିଥିଲା। ଏହାର ଜବାବରେ ସାଉଥ ଆଫ୍ରିକା ମାତ୍ର ୩ ଓ୍ଵିକେଟ ହରାଇ ୪୮.୧ ଓଭରେ ୨୮୮ ରନ୍ କରି ବିଜୟ ହାସିଲ କରିପାରିଥିଲା। ଦ୍ୱିତୀୟ ଦିନିକିଆ ଜିତି ସାଉଥ ଆଫ୍ରିକା ସିରିଜରେ ୨-୦ରେ ଆଗୁଆ ରହିଛି।