ପ୍ରିୟଙ୍କା ଚୋପ୍ରାଙ୍କର ଝିଅ ହୋଇଛି ନା ପୁଅ? ଶେଷରେ ସାମ୍ନାକୁ ଆସିଲା ପ୍ରକୃତ ସତ
ବଲିଉଡ୍ ଓ ହଲିଉଡ୍ର ପାଓ୍ଵାର କପଲ ତଥା ଲୋକପ୍ରିୟ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ ନିକଟରେ ମାତା ପିତା ବନିଛନ୍ତି। ଫଳରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିଭାବକ କ୍ଲବ୍ରେ ସାମିଲ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ମା’ ବନିଥିବା ନେଇ ସୂଚନା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ଦମ୍ପତି ସରୋଗେସି ଜରିଆରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ପ୍ରିୟଙ୍କାଙ୍କର ଏହି ସନ୍ତାନକୁ ନେଇ ଏବେ ବି ସସ୍ପେନ୍ସ ରହିଛି। ପ୍ରିୟଙ୍କା ନିଜ ପୋଷ୍ଟରେ ମା’ ବନିଥିବା ନେଇ ସୂଚନା ତ ଦେଇଛନ୍ତି, କିନ୍ତୁ ତାଙ୍କର ପୁଅ ହୋଇଛି କି ଝିଅ ସେ ନେଇ ସେ ସ୍ପଷ୍ଟ କରିନାହାନ୍ତି।
View this post on Instagram
ତେବେ ଏକ ରିପୋର୍ଟ ମୁତାବକ, ପ୍ରିୟଙ୍କାଙ୍କ ସନ୍ତାନ ଗତ ଶନିବାର ଦିନ କାଲିଫର୍ଣ୍ଣିଆରେ ଜନ୍ମ ହୋଇଛି। କିନ୍ତୁ ଏଥିରେ କେତେ ସତ୍ୟତା ଅଛି ତାହା ଜଣାନାହିଁ। ତେବେ କୁହାଯାଉଛି ଯେ ପ୍ରିୟଙ୍କାଙ୍କ ଘରେ ଏକ ଝିଅ ଜନ୍ମ ନେଇଛି। ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି କୁହାଯାଉଛି। କିନ୍ତୁ ଏହି କଥାରେ କେତେ ସତ୍ୟତା ଅଛି ତାହା ଏବେ ଯାଏଁ ଜଣାପଡ଼ିନାହିଁ।
ସନ୍ତାନ ଜନ୍ମ ନେଇ ପ୍ରିୟଙ୍କା ଚୋପ୍ରା ନିଜ ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି, ଆମେ ଏହି ଖବର ସେୟାର କରି ଖୁସି ହେଉଛୁ ଯେ ଆମେ ସରୋଗେଟ୍ ସାହାଯ୍ୟରେ ଏକ ସନ୍ତାନକୁ ସ୍ୱାଗତ କରିଛୁ। ଆମେ ସମ୍ମାନ ପୂର୍ବକ ଏହି ଖାସ୍ ସମୟରେ ଗୋପନୀୟତା ଚାହୁଁଛୁ। କାରଣ ଆମେ ଏବେ ଆମ ପରିବାର ଉପରେ ସମସ୍ତ ଧ୍ୟାନ ଦେବାକୁ ଚାହୁଁଛୁ। ବହୁତ ବହୁତ ଧନ୍ୟବାଦ।
View this post on Instagram
ପ୍ରିୟଙ୍କା ଚୋପ୍ରା ଏହି ଖୁସି ଖବର ସେୟାର କରିବା ପରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। ଉଭୟ ହଲିଉଡ୍ ଓ ବଲିଉଡ୍ର ଷ୍ଟାର ଓ ସାଙ୍ଗ ସାଥୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିକ୍ଙ୍କ ଭାଇ ଜୋ ଜୋନସ୍ ପ୍ରିୟଙ୍କା ଓ ନିକ୍ଙ୍କ ପୋଷ୍ଟରେ ହାର୍ଟ ଇମୋଜି କମେଣ୍ଟ କରିଛନ୍ତି। ଲାରା ଦତ୍ତା, ପୂଜା ହେଗଡେ ଓ ଈଶା ଗୁପ୍ତା ସମେତ ଅନେକ ଅଭିନେତ୍ରୀ ମଧ୍ୟ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।