ଦୀପାବଳି ସେଲିବ୍ରେସନ କଲେ ଟିମ୍ ଇଣ୍ଡିଆର ଖେଳାଳି, ଜବରଦସ୍ତ ଲୁକରେ ନଜର ଆସିଲେ ଖେଳାଳି : ଫଟୋ ଭାଇରଲ
ଟିମ୍ ୩୧ ବର୍ଷ ପରେ ଦୀପାବଳି ଅବସରରେ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳୁଛି । ଭାରତୀୟ ଟିମ୍ ଖେଳାଳି ବେଙ୍ଗାଲୁରୁରେ ଦୀପାବଳି ଧୁମଧାମରେ ପାଳନ କରିଛନ୍ତି । ସମସ୍ତ ଭାରତୀୟ ଖେଳାଳି ଏଥନିକ ଲୁକରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଖେଳାଳିଙ୍କ ଫଟୋ ଭାଇରଲ ହେଉଛି ।
ଭାରତୀୟ ଟିମ୍ ଖେଳାଳି ବେଙ୍ଗାଲୁରୁରେ ଦୀପାବଳି ଧୁମଧାମରେ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଖେଳାଳିଙ୍କ ଫଟୋ ଭାଇରଲ ହେଉଛି । ଆଜି ଟିମ୍ ଶେଷ ଲିଗ୍ ମ୍ୟାଚ ନେଦରଲାଣ୍ଡସ ସହିତ ଖେଳିବ । ଏହା ପୂର୍ବରୁ ସମସ୍ତ ଖେଳାଳି ମିଳିମିଶି ଦୀପାବଳି ସେଲିବ୍ରେସନ କରିଛନ୍ତି । ସମସ୍ତ ଭାରତୀୟ ଖେଳାଳି ଏଥନିକ ଲୁକରେ ନଜର ଆସିଛନ୍ତି ।
ବିରାଟ କୋହଲି, ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା ପତ୍ନୀମାନଙ୍କ ସହିତ ନଜର ଆସିଥିବା ବେଳେ ଅନ୍ୟ ଖେଳାଳି ମଧ୍ୟ ଜବରଦସ୍ତ ଲୁକ୍ରେ ନଜର ଆସିଛନ୍ତି । ଏମାନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏମାନଙ୍କ ବ୍ୟତୀତ ସିରାଜ, ଶୁବମନ ଗିଲ, ଇଶାନ କିଶନ, କୁଲଦୀପ ଯାଦବ, ମହମ୍ମଦ ସାମି, କେଏଲ ରାହୁଲ, ଶ୍ରେୟସ ଆୟର ମଧ୍ୟ ଏଥନିକ୍ ଲୁକରେ ଜବରଦସ୍ତ ଦେଖାଯାଉଛନ୍ତି ।
We are #TeamIndia 🇮🇳 and we wish you and your loved ones a very Happy Diwali 🪔 pic.twitter.com/5oreVRDLAX
— BCCI (@BCCI) November 12, 2023
ଟିମ୍ ୩୧ ବର୍ଷ ପରେ ଦୀପାବଳି ଅବସରରେ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳୁଛି । ଆଜି ବିଶ୍ୱକପ ୨୦୨୩ର ଶେଷ ଲିଗ୍ ମ୍ୟାଚ ଖେଳିବା ପୂର୍ବରୁ ଦୀପାବଳି ସେଲିବ୍ରେସନ କରିଛନ୍ତି ଟିମ୍ର ସମସ୍ତ ସଦସ୍ୟ । କେବଳ ଖେଳାଳି ନୁହେଁ ଟିମର ଅନ୍ୟ ସପୋର୍ଟ ଷ୍ଟାଫ୍ ମଧ୍ୟ ଦୀପାବଳି ପାଳନ କରିଛନ୍ତି । ଭାରତ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିସାରିଛି । ଟିମ୍ ନ୍ୟୁଜିଲାଣ୍ଡ ସହିତ ସେମିଫାଇନାଲ ଖେଳିବ ।