୯୬ ରନରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଭାରତ, ଇଂଲଣ୍ଡ ସହିତ ଖେଳିବ ମ୍ୟାଚ
ଭାରତ-ଇଂଲଣ୍ଡ ଫାଇନାଲ । ୧୯ବର୍ଷରୁ କମ କ୍ରକେଟ ବିଶ୍ୱକପର ଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ ହୋଇଛି । ୫ ତାରିଖରେ ୪ଥର ଚାମ୍ପିଅନ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲରେ ଭାରତ ୯୬ ରନରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଅଷ୍ଟମ ଥର ପାଇଁ ଫାଇନାଲରେ ଭାରତ । ଦଳ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ୟଶ୍ ଧୂଲଙ୍କ ଶତକ ଓ ସେଖ୍ ରସିଦଙ୍କ ଅର୍ଦ୍ଧଶତକ ବଳରେ ୨୯୦ ରନ୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ମାତ୍ର ୧୯୪ ରନରେ ଅଲଆଉଟ ହୋଇଯାଇଥିଲା । ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ସେମିରେ ଆଫଗାନିସ୍ତାନକୁ ୧୫ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।