ତ୍ରୀବ ହେଉଛି ୟୁକ୍ରେନ-ରୁଷ ବିବାଦ, ସେନା ପଠାଇବା ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ବାଇଡେନ

ନୂଆଦିଲ୍ଲୀ : ତ୍ରୀବ ହେଉଛି ୟୁକ୍ରେନ-ରୁଷ ବିବାଦ। ଅତିରିକ୍ତ ୩ ହଜାର ସୈନ୍ୟ ପଠାଇବା ପ୍ରସ୍ତାବକୁ ବାଇଡେନଙ୍କ ମଞ୍ଜୁରୀ। ୟୁକ୍ରେନ ଦଖଲ କରିବାକୁ ରୁଷ୍‌ର ଯୋଜନାକୁ ନେଇ ଆମେରିକାର ବଡ଼ ପଦକ୍ଷେପ । ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ୍‌ ଏହାର ସୀମାରେ ୧ଲକ୍ଷ ସୈନ୍ୟ ମୁତୟନ କରିଥିବା କହିଛି ଆମେରିକା। ଖୁବ ଶୀଘ୍ର ଅତିରିକ୍ତ ସୈନ୍ୟ ପୋଲାଣ୍ଡ, ଜର୍ମାନୀ ଓ ରୋମାନିଆରେ ପହଞ୍ଚିବେ।

ପେଣ୍ଟାଗନ ପ୍ରେସ ସଚିବ ଜନ କିର୍ବି କହିଛନ୍ତି, ଜର୍ମାନୀରେ ଏବେ ଥିବା ୧ହଜାର ସୈନ୍ୟଙ୍କୁ ରୋମାନିଆ ପଠାଯିବ। ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ୍‌କୁ ଏକ ଯୁଦ୍ଧ ଆଡ଼କୁ ଟାଣିନେଉଛନ୍ତି ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିବାର ଦିନକ ପରେ ଆମେରିକା ଅତିରିକ୍ତ ସୈନ୍ୟ ମୁତୟନ ନିଷ୍ପତ୍ତି ନେଇଛି।