ବିଶ୍ୱକପ ଫାଇନାଲରେ ଭାରତ, କିୱି ଟିମ୍ କୁ ୭୦ ରନ୍ ରେ ହରାଇଲା ଭାରତ

୨୦୧୯ ବିଶ୍ୱକପ୍ ସେମିଫାଇନାଲର ପ୍ରତିଶୋଧ ୨୦୨୩ ବିଶ୍ୱକପ୍ ସେମିଫାଇନାଲରେ ରେ ନେଲା ଭାରତ। କିୱି ଟିମ୍ କୁ ୭୦ ରନ୍ ରେ ମାତ୍ ଦେଇଛି ଭାରତ। ଭାରତ ବିଶ୍ୱକପ୍ 2023 ଫାଇନାଲରେ ପ୍ରବେଶ କରିଛି।

ଅପରାଜୟେ ଭାରତ। କିୱି ଟିମ୍ କୁ ୭୦ ରନ୍ ରେ ମାତ୍ ଦେଇଛି ଭାରତ। ଭାରତ ବିଶ୍ୱକପ୍ 2023 ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲ୍ୟାଣ୍ଡ ୪୮.୫ ଓଭର୍‌ରେ ସମସ୍ତ ୱିକେଟ ହରାଇ ୩୨୭ରେ ସୀମିତ ରହିଥିଲା । ବିରାଟ ଏବଂ ଶ୍ରେୟସଙ୍କ ଶତକ ପରେ ମହମ୍ମଦ ସାମିଙ୍କ ଘାତକ ବୋଲିଂରେ ଭାରତ ବିଶ୍ୱକପ ଫାଇନାଲରେ ପହଞ୍ଚିଛି । ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ସେମି ଫାଇନାଲ ମ୍ୟାଚ୍ବି ଜିତି ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଲଗାତାର ୧୦ ବିଜୟ ସହ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି।

୩୯୮ ରନର ପିଛା କରି ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ମହମ୍ମଦ ସାମିଙ୍କ ବଲରେ ଘାଇଲା ହୋଇଥିଲା । ମାତ୍ର ୩୯ ରନରେ ଦଳର ଦୁଇ ଓପନର ପାଭିଲିୟନ ଫେରି ଯାଇଥିଲେ। ହେଲେ କେନ୍ ୱିଲିୟମସନ୍ ଏବଂ ଡାରିଲ ମିଚେଲ ଦମଦାର ବ୍ୟାଟିଂ ଭାରତକୁ କିଛି ସମୟ ଚିନ୍ତା ରେ ପକେଇଦେଇଥିଲ। ଦୁହେଁ ପାର୍ଟନରସିପ କରି ନ୍ୟୁଜିଲାଣ୍ଡର ପାଳିକୁ ସମ୍ଭାଳିଥିଲେ । ତେବେ ୭୩ ବଲରେ କେନ୍ ୱିଲିୟମସନ ୬୯ ରନ୍ କରିଥିବା ବେଳେ ବିସ୍ଫୋରକ ଶତକ ହାସଲ କରିଛନ୍ତି ଡାରିଲ ମିଚେଲ । ଲିଗ୍ ଷ୍ଟେଜରେ ମିଚେଲ ୧୧୯ ବଲ ରେ ୧୩୪ ରନର ପାଳି ଖେଳିଥିଲେ ।ସେହିପରି ଗ୍ଲେନ୍ ଫିଲିପସ ୩୩ବଲ ରେ ୪୧ ରନ କରିଥିଲେ।

ଭାରତ ପକ୍ଷରୁ ସାମି ୭ଟି ୱିକେଟ, ବୁମରା, ସିରାଜ, କୁଲଦୀପ ୧ଟି ୱିକେଟ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.