ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ: ୨-୧ରେ କରିଛି ସିରିଜ କବଜା

କେନ୍ୟୁଜ୍(ବ୍ୟୁରୋ):ନୂଆବର୍ଷରେ ଶ୍ରୀଲଙ୍କା ବିପକ୍ଷ ଟି-ଟେ୍ଵଣ୍ଟି ସିରିଜ ସହ ଅଭିଯାନ ଆରମ୍ଭ କରିଛି ଭାରତ । ୨-୧ରେ ସିରିଜ କବଜା କରିଛି । ଗତକାଲି ରାଜକୋଟରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌କୁ ୯୧ ରନରେ ଜିତିଥିଲା ଟିମ୍‌ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଓ ଧୂଆଁଧାର ଇନିଂସ ବଳରେ ଶ୍ରୀଲଙ୍କା ବିପକ୍ଷରେ ବିଶାଳ ୨୨୮ ରନ୍‌ ସ୍କୋର ଠିଆ କରିଥିଲା ଭାରତ । ସୂର୍ଯ୍ୟକୁମାର ୫୧ ବଲରୁ ୯ଟି ଛକା ଓ ୭ଟି ଚୌକା ବଳରେ ପିଟିଥିଲେ ଅପରାଜିତ ୧୧୨ ରନ୍‌ ।

ସେହିପରି ଶୁଭମନ୍‌ ଗିଲ୍‌ ୪୬, ରାହୁଲ ତ୍ରିପାଠୀ ୩୫, ଓ ଅକ୍ଷର ପଟେଲ୍‌ କରିଥିଲେ ଅପରାଜିତ ୨୧ ରନ୍‌ । ୨୨୯ ରନ୍‌ ଟାର୍ଗେଟର ପିଛା କରି ଶ୍ରୀଲଙ୍କା ବିପର୍ଯ୍ୟୟ ସାମନା କରିଥିଲା । ମାତ୍ର ୧୩୭ ରନ୍‌ରେ ଅଲଆଉଟ୍‌ ହୋଇଥିଲା ସିଂହଳୀ ଦଳ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ଓ୍ଵିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ଉମରାନ୍‌ ମଲ୍ଲିକ, ଯୁଜବେନ୍ଦର ଚହଲ ୨ଟି ଲେଖାଏ ଓ୍ଵିକେଟ ନେଇଥିଲେ । ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.