ଏସୀୟ କ୍ରୀଡ଼ା : ବାଂଲାଦେଶକୁ ୯ ଓ୍ଵିକେଟରେ ହରାଇ ଫାଇନାଲରେ ସ୍ଥାନ ପାଇଲା ଭାରତ
ଟିମ ଇଣ୍ଡିଆ ସେମିଫାଇନାଲରେ ବାଂଲାଦେଶକୁ ୯ ଓ୍ଵିକେଟରେ ହରାଇଛି । ଏହା ସହିତ ଟିମ୍ ଇଣ୍ଡିଆ ଫାଇନାଲରେ ସ୍ଥାନ ପାଇଛି । ତେବେ ଭାରତ ରୌପ୍ୟ ପଦକ ଜିତିବା ତ ନିଶ୍ଚିତ ।
![](https://knewsodisha.com/wp-content/uploads/2023/10/team-india-1.jpg)
ଭାରତୀୟ କ୍ରିକେଟ ଟିମ୍ ଏସୀୟ କ୍ରୀଡ଼ା ୨୦୨୩ର ଫାଇନାଲରେ ସ୍ଥାନ ପାଇଛି । ଟିମ ଇଣ୍ଡିଆ ସେମିଫାଇନାଲରେ ବାଂଲାଦେଶକୁ ୯ ଓ୍ଵିକେଟରେ ହରାଇଛି । ଏହା ସହିତ ଟିମ୍ ଇଣ୍ଡିଆ ଫାଇନାଲରେ ସ୍ଥାନ ପାଇଛି । ତେବେ ଭାରତ ରୌପ୍ୟ ପଦକ ଜିତିବା ତ ନିଶ୍ଚିତ । ଫାଇନାଲରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାଙ୍କୁ ସାମ୍ନା କରିବ ଭାରତ । ସେମିଫାଇନାଲର ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ରେ ୯୬ ରନ୍ କରିଥିଲା । ଟିମ୍ ଇଣ୍ଡିଆ ଗୋଟିଏ ୱିକେଟ୍ ହରାଇ ୯୭ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତିଛି ।
ବାଂଲାଦେଶକୁ ୯ ୱିକେଟରେ ହରାଇ ଭାରତ ଏସିଆନ ଗେମ୍ସ ୨୦୨୩ର ଫାଇନାଲ ମ୍ୟାଚରେ ସ୍ଥାନ ପାଇଛି । ଏହି ମ୍ୟାଚରେ ଭାରତୀୟ କ୍ୟାପଟେନ ରୁତୁରାଜ ଗାଇକୱାଡ ଟସ୍ ଜିତି ପ୍ରଥମେ ବଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବାଂଲାଦେଶ ପାଇଁ ଜାକିର ଅଲି ସର୍ବାଧିକ ୨୪ ରନ୍ କରିଥିଲେ ଏବଂ ପରଭେଜ ହୁସେନ୍ ୨୩ ରନ୍ କରିଥିଲେ। ଟିମ୍ ଇଣ୍ଡିଆ ପାଇଁ ତିଲକ ବର୍ମା ୫୫ ରନ୍ ସଂଗ୍ରହ କରିଥିଲେ। ରିତୁରାଜ ଗାଇକୱାଡ ଅପରାଜିତ ୪୦ ରନ କରିଥିଲେ । ଭାରତ ଗୋଟିଏ ୱିକେଟ ହରାଇ ୯.୨ ଓଭରରେ ୯୭ ରନ କରି ମ୍ୟାଚ୍ ନିଜ ନାଁରେ କରିଥିଲା ।