ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ: ଲକ୍ଷ୍ନୌରେ ପ୍ରଥମ ମ୍ୟାଚ ହାରିବା ପରେ ଆଜି ଭାରତ ପାଇଁ କର ବା ମର ପରିସ୍ଥିତି

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ । ରାଞ୍ଚିରେ ଅପରାହ୍ନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍‌ ଖେଳାଯିବ । ଲକ୍ଷ୍ନୌରେ ପ୍ରଥମ ଦିନିକିଆ ହାରିବା ପରେ ଆଜି ଭାରତ ପାଇଁ କର ବା ମର ପରିସ୍ଥିତି । ଶିଖର ଧାଓ୍ଵନଙ୍କ ନେତୃତ୍ୱରେ ବିଜୟ ଲକ୍ଷ୍ୟ ସହ ସ୍ୱତନ୍ତ୍ର ରଣନୀତି କରି ମୈଦାନକୁ ଓହ୍ଲାଇବ ମେନ ଇନ୍‌ ବ୍ଲୁ । ଶୃଙ୍ଖଳା ବଞ୍ଚାଇବା ପାଇଁ ଭାରତ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ମ୍ୟାଚ୍‌ ହାରିଲେ ସିରିଜ୍‌ ହାତରୁ ଖସିଯିବ ।

ଏଭଳି ସ୍ଥିତିରେ ଆହତ କାରଣରୁ ଟିମରୁ ବାଦ୍‌ ପଡିଛନ୍ତି ଫାଷ୍ଟ ବୋଲର୍‌ ଦୀପକ ଚହର । ତାଙ୍କ ସ୍ଥାନରେ ଓ୍ଵାଶିଂଟନ୍‌ ସୁନ୍ଦରଙ୍କୁ ସୁଯୋଗ ମିଳିଛି । ଆଜିର ମ୍ୟାଚ୍‌ରେ ଶିଖର ଧଓ୍ଵନ, ଇଷାନ କିଷାନ, ଶ୍ରେୟସ୍‌ ଆୟର, ଇସାନ କିସନ ଓ ଋତୁରାଜ ଗାଇକ୍ୱାଡଙ୍କ ଠାରୁ ବଡ଼ ସ୍କୋର ଆଶା ରହିଛି । ଆଜିର ମ୍ୟାଚ ଜିତି ସିରିଜ୍‌ ବରାବର କରିବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.