ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଯୁବ ଭାରତୀୟ ଟିମ୍‌, ୨-୦ରେ ଆଗୁଆ ଭାରତ

ଲଗାତର କଙ୍ଗାରୁ ଦଳକୁ ହରାଇ ପ୍ରଥମ ଓ ଦ୍ୱିତୀୟ ମ୍ୟାଚ ହାତେଇ ନେଇଛି ଭାରତ। ଦ୍ୱିତୀୟ ଟି-୨୦ ମ୍ୟାଚରେ କଙ୍ଗାରୁ ଦଳକୁ ୪୪ ରନରେ ହରାଇଛି । ଥିରୁଅନନ୍ତପୁରମରେ ହୋଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୯୧ ରନ୍‌ କରିଥିଲା ।

ପୁଣି କମାଲ କଲା ଭାରତୀୟ କ୍ରିକେଟ ଟିମର ଯୁବ ବାହିନୀ । ଦ୍ୱିତୀୟ ଟି-୨୦ ମ୍ୟାଚରେ କଙ୍ଗାରୁ ଦଳକୁ ୪୪ ରନରେ ହରାଇଛି । ଲଗାତର କଙ୍ଗାରୁ ଦଳକୁ ହରାଇ ପ୍ରଥମ ଓ ଦ୍ୱିତୀୟ ମ୍ୟାଚ ହାତେଇ ନେଇଛି ଭାରତ। ଏହା ସହିତ ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ ।

ଥିରୁଅନନ୍ତପୁରମରେ ହୋଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ୨୦ ଓଭର ଖେଳି ମାତ୍ର ୪ ୱିକେଟ ହରାଇ ୨୩୫ ରନ୍ କରିଥିଲା । ଅଷ୍ଟ୍ରେଲିଆ ଆଗରେ ୨୩୬ ରନର ବିଜୟ ଲକ୍ଷ୍ୟ ରହିଥିଲା । ହେଲେ ଅଷ୍ଟ୍ରେଲିଆ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୯୧ ରନ୍‌ କରିଥିଲା ।

ଟିମ୍‌ ପକ୍ଷରୁ ଯଶସ୍ୱୀ ଜଏସଓ୍ଵାଲ ୨୫ ବଲରେ ୯ ଚଉକା ଏବଂ ୨ ଛକା ସହାୟତାରେ ୫୩ ରନ୍, ରୁତୁରାଜ ଗାଏକୱାଡ୍ ମଧ୍ୟ ୪୦ ବଲରେ ୩ ଚଉକା ଏବଂ ୧ ଛକାରେ ୫୨ ରନ୍ କରିଥିଲେ । ଇଶାନ୍ କିଶନ ୩୨ ବଲରେ ୩ ଚଉକା ଏବଂ ୪ ଛକା ସହାୟତାରେ ୫୨ ରନର ଧୂଆଁଧାର ଇନିଂସ୍ ଖେଳିଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୧୦ଟି ବଲରେ ୧୯ ରନ୍ କରିଥିଲେ । ରିଙ୍କୁ ସିଂ ୯ ବଲରେ ୪ ଚଉକା ଏବଂ ୩ ଛକାରେ ୩୧ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ ।

ଅଷ୍ଟ୍ରେଲିଆ ଦଳ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୯୧ ରନ୍‌ କରିପାରିଥିଲା । ପ୍ରସିଦ୍ଧ କ୍ରିଷ୍ଣା, ରବି ବିଷ୍ନୋଇ ୩ଟି ଓ୍ଵିକେଟ ନେଇଥିବା ବେଳେ ଅର୍ଶଦୀପ, ଅକ୍ଷର ଏବଂ ମୁକେଶ ୧ଟି ଓ୍ଵିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.