ଇଣ୍ଡିଆ ପୋଷ୍ଟ ୧୮୯୯ ପଦବୀ ଖାଲି, ୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

୧୦ମ୍‌ ଠାରୁ ଗ୍ରାଜୁଏଟଙ୍କ ପର୍ଯ୍ୟନ୍ତ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆ ପୋଷ୍ଟ ଜରିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଆବେଦନ କେବଳ ଅନଲାଇନ୍‌ ହେବ । ଏଥିପାଇଁ ଡିଓପି ଅଫିସିଆଲ ୱେବସାଇଟକୁ ଯାଇ dopsportsrecruitment.cept.gov.in କୁ ଯାଆନ୍ତୁ ।

ଇଣ୍ଡିଆ ପୋଷ୍ଟ, ମିନିଷ୍ଟ୍ରି ଅଫ କମ୍ୟୁନିକେସନ୍ସରେ କିଛି ସମୟ ପୂର୍ବରୁ ଅନେକ ପଦବୀ ଖାଲିପଡିଛି । ରେଜିଷ୍ଟ୍ରେସନ ଏଥିପାଇଁ ଚାଲିଛି, ଜରୁରୀ ଯୋଗ୍ୟତା ରଖିଥିଲେ ତୁରନ୍ତ କରନ୍ତୁ ଆବେଦନ । ଡିପାର୍ଟମେଣ୍ଟ ଅଫ ପୋଷ୍ଟସ, ଭାରତ ସରକାରଙ୍କ ଏହି ପଦବୀ ସ୍ପୋଟର୍ସ କୋଟା ଅନ୍ତର୍ଗତ ହେବ । ୧୦ମ୍‌ ଠାରୁ ଗ୍ରାଜୁଏଟଙ୍କ ପର୍ଯ୍ୟନ୍ତ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆ ପୋଷ୍ଟ ଜରିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି ।

ଆବେଦନ କେବଳ ଅନଲାଇନ୍‌ ହେବ । ଏଥିପାଇଁ ଡିଓପି ଅଫିସିଆଲ ୱେବସାଇଟକୁ ଯାଇ dopsportsrecruitment.cept.gov.in କୁ ଯାଆନ୍ତୁ ।

ପଦବୀ ବିବରଣୀ : ୧୮୯୯

ପୋଷ୍ଟ ଆସିଷ୍ଟାଣ୍ଟ : ୫୯୮
ସର୍ଟିଂ ଆସିଷ୍ଟାଣ୍ଟ : ୧୪୩
ପୋଷ୍ଟମ୍ୟାନ୍‌ : ୫୮୫
ମେଲ ଗାର୍ଡ : ୩
ଏମଟିଏସ: ୫୭୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୯ ଡିସେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ସ୍ପୋଟର୍ସରେ ପରଫରମାନ୍ସ ସହିତ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ ରହିଛି । ତେବେ ୧୦ମ ପାସ୍‌ ଠାରୁ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ । କେବଳ ଅନଲାଇନ ମାଧ୍ୟମରେ ପେମେଣ୍ଟ ହେବ ।

ଚୟନ ପ୍ରକ୍ରିୟା : ଏହି ପଦବୀ ପାଇଁ ଚୟନ କେବଳ ମେରିଟ ଆଧାରରେ ହେବ । ବିନା ପରୀକ୍ଷାରେ ହେବ ଚୟନ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୧୮ ହଜାରରୁ ୮୧ ହଜାର ପର୍ଯ୍ୟନ୍ତ ଟଙ୍କା ମିଳିବ । ଅଧିକ ଜାଣିବା ପାଇଁ େଓ୍ଵବସାଇଟକୁ ଯାଇ ଚେକ୍‌ କରିପାରିବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.