Below header

ରାଜ୍ୟ ରାଜନୀତିରେ ନୂଆ ଫର୍ଦ୍ଦ, ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍

ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌। ଏ ନେଇ ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ଼ ଜମିଛି।

ଭୁବନେଶ୍ୱର (କେନ୍ୟୁଜ): ବିଜେଡିରେ ଯୋଗଦେଲେ ଭି.କେ.ପାଣ୍ଡିଆନ। ସକାଳ ୧୦ଟା ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ।ଏହାପରେ ନବୀନ ନିବାସରୁ ଶଙ୍ଖ ଭବନ ଯିବେ ଭି.କେ.ପାଣ୍ଡିଆନ। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ଶଙ୍ଖ ଭବନରୁ ତାରାତାରିଣୀ ମନ୍ଦିର ଯିବେ ଭି.କେ.ପାଣ୍ଡିଆନ।

ଫାଇଭ-ଟି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ସମ୍ପାଦନ କରୁଥିବା ଭି,କେ ପାଣ୍ଡିଆନ୍ ବର୍ତ୍ତମାନ ରାଜ୍ୟ ବିଜେଡିରେ ରାଜନେତା ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ କେବଳ ପ୍ରଶାସକର ପଦବୀରେ ରହିଥିଲେ, କିନ୍ତୁ ଆଜିଠାରୁ ରାଜନେତା ଭାବରେ ଗୁରୁଦାୟିତ୍ୱ ସେ କାନ୍ଧକୁ ନେଇଛନ୍ତି । ପୂର୍ବରୁ ସେ ସ୍ୱେଚ୍ଛାକୃତ ଭାବରେ ଅବସର ଘୋଷଣା କରିଥିଲେ ।

ଗତ ଅକ୍ଟୋବର ୨୦ ତାରିଖରେ ଭିଆରଏସ ପାଇଁ ଆବେଦନ କରିଥିବା ବେଳେ ୨୩ ତାରିଖରେ ଏହି ଆବେଦନକୁ ଅନୁମତି ପ୍ରଦାନ କରିଥିଲେ କେନ୍ଦ୍ର ସରକାର । ବର୍ତ୍ତମାନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ।ବର୍ତ୍ତମାନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ବାସନ୍ତୀ ହେମ୍ମ୍ରମ, ସଞ୍ଜୟ ଦାସବର୍ମା, ରଣେନ୍ଦ୍ର ପ୍ରତାପ ସ୍ବାଇଁ , ପ୍ରସନ୍ନ ଆଚାର୍ଯ୍ୟ , ସମୀର ଦାସ , ଅଶୋକ ପଣ୍ଡା, ଅରୁଣ ସାହୁ ଓ ଉଷା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.