ଆଜି ଶେଷ ଦିନିକିଆ, ସମ୍ମାନ ପାଇଁ ଖେଳିବ ଭାରତ

ଆଜି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ । ସିରିଜ ଉପରେ କବ୍ଜା କରିସାରିଛି କଙ୍ଗାରୁ ଦଳ। ତଥାପି ଆଜିର ମ୍ଯାଚ ଜିତିବାକୁ ସମସ୍ତ ପ୍ରକାର ଉଦ୍ଯମ କରିପାରେ। ଅନ୍ୟ ପଟରେ ଭାରତ ପାଇଁ ସମ୍ମାନ ବଞ୍ଚାଇବାକୁ ଶେଷ ସୁଯୋଗ ରହିଛି । ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ବିଜୟ ସହ ମନୋବଳ ବୃଦ୍ଧି କରିବାକୁ ଟିମ୍ ଇଣ୍ଡିଆ ଆଜି ସମସ୍ତ ଚେଷ୍ଟା କରିବ। ଏହି ମ୍ଯାଚ କାନବେରାରେ ଖେଳାଯିବ।

ଉଭୟ ଦଳର ସମ୍ଭାବ୍ଯ ଦଳ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ବିଫଳ ହୋଇଥିବା ଶ୍ରେୟାସ ଆୟରଙ୍କ ସ୍ଥାନରେ ମନୀଷ ପାଣ୍ଡେ ଓ ସଞ୍ଜୁ ସାମସନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ସେହିପରି ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ଟେଷ୍ଟ ସିରିଜ ପୂର୍ବରୁ ଏକ ସୁଯୋଗ ଦିଆଯାଇପାରେ । ସେ ଶିଖର ଧାୱନଙ୍କ ସ୍ଥାନରେ ଓପନ କରିବାର ସମ୍ଭାବନା ରହିଛି ।

aus

ବୋଲିଂରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଜଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିବ । ତେଣୁ ଆଜି ଟି ନଟରାଜନଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ନବଦୀପ ସାଇନିଙ୍କ ସ୍ଥାନରେ ସର୍ଦୁଲ ଠାକୁର ଏକାଦଶକୁ ଫେରିବେ । ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଖେଳିବାକୁ ସୁଯୋଗ ମିଳି ପାରେ ।

ଅଷ୍ଟ୍ରେଲିଆ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବ । ଆହତ ଡେଭିଡ୍ ୱାର୍ଣ୍ଣରଙ୍କ ସ୍ଥାନରେ ଡାର୍ସି ସଟ୍ର୍ କିମ୍ବା ମାଥ୍ୟୁ ୱେଡ୍ଙ୍କ ମଧ୍ୟରୁ ଜଣେ ଖେଳିବାକୁ ସୁଯୋଗ ପାଇବେ । ସେହିପରି ବିଶ୍ରାମ ପାଇଥିବା ପ୍ୟାଟ୍ କମିନ୍ସଙ୍କ ସ୍ଥାନରେ ସିନ ଆବୋଟ୍ ଖେଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.