ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ : କାଲି ବର୍ଷା ଆଉ ଆଜି ବ୍ୟାଡ ଲାଇଟ ଖେଳ ରୋକିଲା, ଭାରତ ୩ ଓ୍ଵିକେଟ୍‌ରେ ୧୪୬ ରନ

ଲଣ୍ଡନ : ସାଉଥମ୍ପଟନ୍‌ ଠାରେ ଆଜି ଆରମ୍ଭ ହୋଇଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ଭାରତର ବ୍ୟାଟିଂ ଜାରି ରହିଛି । ତେବେ ଆଲୋକ କମିଯିବା ଯୋଗୁଁ ତୃତୀୟ ଥର ବାଧା ପରେ ଆଉ ଖେଳ ସମ୍ଭବ ହେଲା ନାହିଁ । ତେଣୁ ଆଜିର ଖେଳକୁ ବନ୍ଦ ରଖାଗଲା । ସେତେବେଳକୁ ଭାରତ ୩ ଓ୍ଵିକେଟ୍‌ ରେ ୧୪୬ ରନ କରିଥିଲା । କୋହଲି ୪୪ ଓ ରାହାଣେ ୨୯ ରନ କରିଥିଲେ ।

ନ୍ୟୁଜିଲାଣ୍ଡ ଠାରୁ ଟସ୍‌ରେ ହାରିବା ପରେ ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଶୁଭମାନ ଗିଲ୍‌ ଇନିଂସ ଆରମ୍ଭ କରିଥିଲେ । ଦୁହେଁ ୬୩ ରନ୍‌ ଯୋଗ କରିବା ପରେ ରୋହିତ ୩୪ ଏବଂ ଗିଲ୍‌ ୨୮ ରନ୍‌ କରି ଆଉଟ୍‌ ହୋଇଥିଲେ । ପରେ ଚେତେଶ୍ୱର ପୂଜାରା ମାତ୍ର ୮ ରନ୍‌ କରି ପାଭିଲିୟନ ଫେରିଥିଲେ ।

TEST-2

ପରେ ଅଧିନାୟକ ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେଙ୍କ ଭାଗିଦାରୀ ଆରମ୍ଭ ହୋଇଥିଲା । ପ୍ରଥମଥର ଆଲୋକ କମିଯିବା ଯୋଗୁଁ ଖେଳ ବନ୍ଦ ରହିଲା ବେଳକୁ ଭାରତ ୫୮.୪ ଓଭରରେ ୩ ଓ୍ଵିକେଟ୍‌ ହରାଇ କରିଥିଲା ୧୩୪ ରନ୍‌ । କୋହଲି ୪୦ ଏବଂ ରାହାଣେ ୨୨ ରନ୍‌ କରି ଅପରାଜିତ ଥିଲେ ।

ବର୍ଷା ଯୋଗୁଁ ଗତକାଲି ପ୍ରଥମ ଦିନର ଖେଳ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଆଜି ମଧ୍ୟ କମ୍‌ ଆଲୋକ ଯୋଗୁଁ ଦୁଇ ଦୁଇଥର କିଛି ସମୟ ଖେଳ ବ୍ୟାହତ ହୋଇଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ନୂଆ ରେକର୍ଡ଼ କରିଛନ୍ତି । ସେ ସର୍ବାଧିକ ୬୧ଟି ଟେଷ୍ଟରେ ଦଳର ଅଧିନାୟକ ରହି ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.