Below header

ଭାରତ-େଓ୍ଵଷ୍ଟଇଣ୍ଡିଜ ୩ୟ ଦିନିକିଆ : େଓ୍ଵଷ୍ଟଇଣ୍ଡିଜ ପାଇଁ ୩୫୨ ରନ୍‌ ର ଚ୍ୟାଲେଞ୍ଜ ରଖିଲା ଭାରତ, ହାର୍ଦ୍ଦିକ ଓ ସଂଜୁଙ୍କ ଧୂଆଁଧାର ବାଟିଂ

ଭାରତ-େଓ୍ଵଷ୍ଟଇଣ୍ଡିଜ ୩ୟ ବା ଶେଷ ଦିନିକିଆ ମ୍ୟାଚରେ ଆଜି ଭାରତ ୫୦ଓଭର ଖେଳି ୩୫୧ ରନ ହାତେଇଛି । େଓ୍ଵଷ୍ଟଇଣ୍ଡିଜକୁ ଏହି ମ୍ୟାଚ ଜିତିବା ପାଇଁ ୩୫୨ ରନର ଆବଶ୍ୟକତା ରହିଛି ।

ଭାରତ-େଓ୍ଵଷ୍ଟଇଣ୍ଡିଜ ୩ୟ ବା ଶେଷ ଦିନିକିଆ ମ୍ୟାଚରେ ଆଜି ଭାରତ ୫୦ଓଭର ଖେଳି ୩୫୧ ରନ ହାତେଇଛି । େଓ୍ଵଷ୍ଟଇଣ୍ଡିଜକୁ ଏହି ମ୍ୟାଚ ଜିତିବା ପାଇଁ ୩୫୨ ରନର ଆବଶ୍ୟକତା ରହିଛି । ଭାରତ ୫ ଓ୍ଵିକେଟ ହରାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡିଆ ୫ଟି ଛକା ସହିତ ୫୨ ବଲ୍‌ ରେ ୭୦ ରନ୍‌ କରିବାକୁ ସମର୍ଥ ହୋଇଥିଲେ ।

ଇଶାନ କିସାନ ୭୭ ରନ ଓ ଗିଲ ୮୫ ରନ କରିଥିବା ବେଳେ ସଂଜୁ ସାମସନ ୫୧ ରନ କରିବାକୁ ସମର୍ଥ ହୋଇଥିଲେ । େଓ୍ଵଷ୍ଟଇଣ୍ଡିଜ ମାଟିରେ ଭାରତର ଏହା ସବୁଠୁ ବଡ଼ ସ୍କୋର । େଓ୍ଵଷ୍ଟଇଣ୍ଡିଜକୁ ଏହି ମ୍ୟାଚ ଜିତିବା ସହ ସିରିଜ ହାସଲ କରିବାକୁ ୩୫୨ ରନ୍‌ ର ଆବଶ୍ୟକ ରହିଛି । ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ସୁନ୍ଦର ଆରମ୍ଭ କରିଥିଲେ ।

ବିନା କୌଣସି ଓ୍ଵିକେଟ ହରାଇ ୬ ଓଭରରେ ଭାରତର ସ୍କୋର ୩୭ ରନ୍‌ ହୋଇଥିଲା । ସେହିପରି ୧୧ ଓଭରରେ ମଧ୍ୟ ଭାରତ ବିନା କୌଣସି ଓ୍ଵିକେଟ ହରାଇ ୮୫ ରନ କରିବାକୁ ସମର୍ଥ ହୋଇଥିଲା । ୧୯ ଓଭର ପରେ ଭାରତର ସ୍କୋର ୧୪୧ ରନ ଥିଲା ।

ସେହିପରି ୨୪ ଓଭର ପରେ ଭାରତର ସ୍କୋର ୧୭୧ ରନ ହୋଇଥିବା ବେଳେ ୨୬ ଓଭରରେ ୨ ଓ୍ଵିକେଟ ହରାଇ ଭାରତ ୧୭୮ ରନ କରିବାକୁ ସମର୍ଥ ହୋଇଥିଲା । ୪୪ ଓଭର ପରେ ଭାରତର ସ୍କୋର ୨୮୮ ରନ୍‌ ହୋଇଥିବା ବେଳେ ୫୦ ଓଭର ସମାପ୍ତିରେ ଭାରତ ୩୫୧ ରନ କରିଥିଲା । େଓ୍ଵଷ୍ଟଇଣ୍ଡିଜ ୩୫୨ ରନର ଲକ୍ଷ୍ୟ ଧାର୍ଯ୍ୟ କଲେ ଏହି ମ୍ୟାଚ ଜିତିବା ସହ ସିରିଜ ହାତେଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.