ଫିଫା ବିଶ୍ୱକପ ୨୦୨୨: ଭାରତୀୟ କ୍ୟାଟରର୍ସଙ୍କ ସହିତ ଦୁର୍ବ୍ୟବହାର, ଭୋକ ଉପାସରେ ଘଣ୍ଟା ଘଣ୍ଟା ଧରି ଷ୍ଟାଡିୟମ ବାହାରେ କଲେ ଅପେକ୍ଷା

କେନ୍ୟୁଜ୍‌ :  ଫିଫା ବିଶ୍ୱକପ ଉଦ୍‌ଘାଟିତ ହୋଇଯାଇଛି । କାତାରରେ ଅଲ୍‌ ବେୟତ ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚ୍‌ ଏକ୍ୱାଡର ଏବଂ କତାର ସହିତ ହୋଇଥିଲା ଯେଉଁଥିରେ କତାର ପରାଜିତ ହୋଇଥିଲା । ଏବେ ଏହି ଫିଫା ବିଶ୍ୱକପ ଲୋକପ୍ରିୟତାର ଶୀର୍ଷରେ ଥିବା ବେଳେ ଏକ ଘଟଣା ଘଟିଛି ଯାହା ଖାସ୍‌ କରି ଭାରତୀୟ ଫ୍ୟାନ୍ସଙ୍କୁ ନିରାଶ କରିବ ।   ଫିଫା ବିଶ୍ୱକପରେ କତାର ଷ୍ଟାର ସର୍ଭିସ୍‌ ନାମରେ ଏକ କମ୍ପାନି ୨୦୦ରୁ ଅଧିକ ଭାରତୀୟଙ୍କୁ କ୍ୟାଟରିଂ ସର୍ଭିସ୍‌ରେ ନିଯୁକ୍ତି କରିଥିଲା । ଏଥି ମଧ୍ୟରେ କିଛି ଲୋକ କ୍ୟାଶିୟର ଥିଲେ ଯେଉଁମାନଙ୍କୁ ଷ୍ଟାଡିୟମ ଭିତରେ ସର୍ଭିସ୍‌ ଦେବା ପାଇଁ ରଖାଯାଇଥିଲା । ବାକି ସମସ୍ତଙ୍କୁ ଷ୍ଟାଡିୟମ ସାମ୍ନାରେ ସର୍ଭିସ ଦେବା ପାଇଁ ରଖାଯାଇଥିଲା ।

କିନ୍ତୁ ପରିତାପର ବିଷୟ ଫିଫା ବିଶ୍ୱକପର ପ୍ରଥମ ମ୍ୟାଚରେ ଏମାନଙ୍କ ପ୍ରତି ଦୁର୍ବ୍ୟବହାର କରାଯାଇଥିଲା । ଏହି କ୍ୟାଟରମାନଙ୍କୁ ୯ଟା ବେଳେ ହୋଟେଲରୁ ଆଣି ସକାଳ ୧୦ଟାରେ ଷ୍ଟାଡିୟମ ପାଖରେ ଛାଡ଼ି ଦିଆଯାଇଥିଲା । କିନ୍ତୁ ଏମାନଙ୍କୁ ସଂଧ୍ୟା ୪ଟା ପର୍ଯ୍ୟନ୍ତ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ମିଳିନଥିଲା । ଭାରତୀୟ କ୍ୟାଟର୍‌ସମାନେ କହିଛନ୍ତି, ସେମାନଙ୍କୁ ଏହିପରି ଭାବରେ ସାରା ଦିନ ଷ୍ଟାଡିୟମ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା । ଯେଉଁଠାରେ ନା କିଛି ଖାଇବାର ବ୍ୟବସ୍ଥା ଥିଲା ନା କିଛି ପାନୀୟର । ସେମାନେ ତାଙ୍କର ସୁପରଭାଇଜରଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହିତ ସମ୍ପର୍କ ହୋଇପାରିନଥିଲା । ପ୍ରତ୍ୟକ ଦିନ ଗୋଟିଏ ମିଲ୍‌ ଦେବା ପାଇଁ କମ୍ପାନି ତରଫରୁ କୁହାଯାଇଥିଲେ ମଧ୍ୟ ତାଙ୍କୁ ପୁରା ଦିନ ଭୋକ ଉପାସରେ ରହିବାକୁ ପଡ଼ିଥିଲା ।

କେବଳ ଭାରତୀୟଙ୍କ ସହିତ ଏମିତି ଘଟଣା ହୋଇନାହିଁ, ଫିଲିଫାଇନ୍‌ସରୁ ଆସିଥିବା ୨୦ଜଣ ମହିଳାଙ୍କ ସହିତ ମଧ୍ୟ ସମାନ ପରିସ୍ଥିତି ହୋଇଛି । ସେମାନେ ମଧ୍ୟ କହିଥିଲେ ଷ୍ଟାଡିୟମ ଭିତରକୁ ଜିନିଷ ବିକ୍ରି କରିବାକୁ ଯାଇଥିଲେ କିନ୍ତୁ ତାଙ୍କୁ ଭିତରକୁ ଏଣ୍ଟ୍ରି ମିଳିନଥିଲା । ପାଖା ପାଖି ୪ ଘଣ୍ଟା ପର୍ଯ୍ୟନ୍ତି ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା, କାହାରିକୁ ଏଣ୍ଟ୍ରି କରିବାକୁ ଦିଆଯାଇ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.