କ୍ରୀଡା ଜଗତ ଉପରେ କରୋନା ମାଡ, ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ଯୋଗୁ ଭାରତୀୟ ଖେଳାଳି ପ୍ରଭାବିତ

କ୍ରୀଡା ଜଗତ ଉପରେ କରୋନାର କଳା ବାଦଲ । ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଯୋଗୁଁ ଭାରତୀୟ ଖେଳାଳି ପ୍ରଭାବିତ । ବିମାନ କଟକଣା ଯୋଗୁଁ ବିଦେଶରେ ହୋଇପାରୁନି ଅଭ୍ୟାସ । କିଛି ଦିନ ହେଲା ଅନେକ ରାଷ୍ଟ୍ର ଭାରତରୁ ସମସ୍ତ ବିମାନ ସେବା ବାତିଲ କରିଛନ୍ତି । ଗତକାଲି ୯ ଜଣିଆ ରୋଇଂ ଟିମ କ୍ୱାଲିଫାଏ ପାଇଁ ଟୋକିଓ ଯିବାର ଥିଲା । କିନ୍ତୁ ଜାପାନ ସରକାର ବିମାନ ସେବାରେ କଟକଣା ଲଗାଇଥିବାରୁ ଏବେ ଗସ୍ତରେ ବାଧାସୃଷ୍ଟି ହୋଇଛି ।

ସେହିପରି ମେ’ ୨୫ରୁ ୩୦ ମଧ୍ୟରେ ମାଲେସିଆ ଓପନ ସୁପର ୭୫୦ ଏବଂ ଜୁନ ୧୬ରୁ ସିଙ୍ଗାପୁର ସୁପର ୫୦୦ ବ୍ୟାଡମିଣ୍ଟନ ସିରିଜ ଖେଳାଯିବ । ସିଙ୍ଗାପୁରକୁ ବିଦେଶ ଖେଳାଳି ଗଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଏପଟେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଭାରତୀୟ ପୁରୁଷ ଓ ମହିଳା ରିଲେ ଟିମ ପୋଲାଣ୍ଡରେ ହେବାକୁ ଥିବା ବିଶ୍ୱ ରିଲେ ଟିମରେ ଭାଗ ନେଇପାରି ନାହାନ୍ତି ।

ଜୁନ ୧୫ରୁ INDIAN GP ଏବଂ ଜୁନ ୨୫ରୁ ୨୯ ମଧ୍ୟରେ ଜାତୀୟ ଇଣ୍ଟର ଷ୍ଟେଟ ପ୍ରତିଯୋଗିତା ହେବ । ଆଥଲେଟ ଦୂତି ଚାନ୍ଦ, ହିମା ଦାଶ, ତେଜସ୍ୱିନୀ ଶଙ୍କର ଅଲମ୍ପିକ କ୍ୱାଲିଫାଏ ଖେଳିବାର ଅଛି । ସେହିପରି ତୀରନ୍ଦାଜରେ ତରୁଣଦୀପ ରାୟ, ଅତୁନୁ ଦାସ କ୍ୱାଲିଫାଲ ପାଇଁ ଖେଳିବେ । ଆଉ ପ୍ରାୟ ୮୦ଦିନ ପରେ ଟୋକିଓ ଅଲମ୍ପିକ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.