ଅଲିମ୍ପିକ୍‌ସରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ମହିଳା ହକି ଟିମ, ବ୍ରୋଞ୍ଜ ପାଇଁ ଭାରତ-ବ୍ରିଟେନ୍‌ ଲଢ଼େଇ

କେନ୍ୟୁଜ୍(ବ୍ୟୁରୋ):  ବ୍ରୋଞ୍ଜ ପାଇଁ ଭାରତ-ବ୍ରିଟେନ୍‌ ଲଢ଼େଇ ଆରମ୍ଭ । ଅଲିମ୍ପିକ୍‌ସରେ ଇତିହାସ ରଚିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛି ଭାରତୀୟ ମହିଳା ହକି ଟିମ । ଗ୍ରେଟ୍‌ ବ୍ରିଟେନ୍‌ ସହ ଭାରତୀୟ ମହିଳା ହକି ଟିମର ମୁକାବିଲା । ଗତକାଲି ପୁରୁଷ ଦଳ ବ୍ରୋଞ୍ଜ ପଦକ ଜିତି ଐତିହାସିକ ବିଜୟ ପରେ ଫୁଲ୍‌ ଜୋଶରେ ମହିଳା ହକି ଟିମ୍‌ । ଲିଗ୍‌ ପର୍ଯ୍ୟାୟର ପ୍ରଥମ ତିନିଟି ମ୍ୟାଚ୍‌ ହାରିଥିଲା ଟିମ । ଏହାପରେ ଦୁଇଟି ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲକୁ ଉନ୍ନିତ ହୋଇଥିଲା ଭାରତ।

କ୍ୱାର୍ଟରରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲକୁ ଉନ୍ନିତ ହୋଇଥିଲା ଦଳ। ତେବେ ଦମଦାର ଖେଳ ପ୍ରଦର୍ଶନ ସତ୍ତ୍ୱେ ଆର୍ଜେଣ୍ଟିନାଠାରୁ ୨-୧ରେ ହାରିଥିଲା ମହିଳା ଦଳ । ଆଜି ମ୍ୟାଚ୍‌ ଜିତି ଭାରତକୁ ଆଉ ଏକ ପଦକ ଦେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛନ୍ତି ମହିଳା ହକି । ଅଲିମ୍ପିକ୍ସ୍‍ରେ ଭାରତ ମହିଳା ହକି ମେଡାଲ୍‌ ଜିତିଲେ ଇତିହାସ ରଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.