ଶ୍ରେୟସ ଗୋପାଲ ଖୁବ୍‌ଶୀଘ୍ର କରିବେ ଗାର୍ଲଫ୍ରେଣ୍ଡ ନିକିତାଙ୍କୁ ବିବାହ, ସେୟାର କଲେ ନିର୍ବନ୍ଧର ଫଟୋ

ଭାରତୀୟ ଟିମ୍‌ ଅଲରାଉଣ୍ଡର ଶ୍ରେୟସ ଗୋପାଲ ଖୁବ୍‌ଶୀଘ୍ର ନିଜ ଗାର୍ଲଫ୍ରେଣ୍ଡ ନିକିତା ଶିବଙ୍କୁ ବିବାହ କରିବେ। ଏହାର ଘୋଷଣା ସେମାନେ ସୋସିଆଲ ମିଡିଆ ଜରିଆରେ କରିଛନ୍ତି। ୧୧ ଅଗଷ୍ଟ ସନ୍ଧ୍ୟାରେ ଶ୍ରେୟସ ବହୁତ ଫିଲ୍ମି ଷ୍ଟାଇଲରେ ନିଜ ଲେଡି ଲଭ୍‌କୁ ପ୍ରପୋଜ କରିଥିଲେ ଏବଂ ତାଙ୍କୁ ‘ହଁ’ରେ ଉତ୍ତର ମଧ୍ୟ ମିଳିଥିଲା।

ଶ୍ରେୟସ ଗୋପାଲ ଟ୍ଵିଟରରେ ଗାର୍ଲଫ୍ରେଣ୍ଡଙ୍କ ସହ ନିର୍ବନ୍ଧର ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ମୁଁ ତୁମ ସହିତ ଆଗକୁ ପାଦ ବଢ଼ାଇବାକୁ ନେଇ ବହୁତ ଏକ୍ସାଇଟେଡ୍‌ ଅଛି। ମୁଁ ଏକସାଥୀରେ ଜୀବନ ବିତାଇବା ପାଇଁ ବ୍ୟଗ୍ର ଅଛି। ୧୧.୦୮.୨୦୨୧’।

ସେପଟେ ଶ୍ରେୟସଙ୍କ ଆଇପିଏଲ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସ ମଧ୍ୟ ସେମାନଙ୍କୁ ନିର୍ବନ୍ଧର ଶୁଭେଚ୍ଛା ଜଣାଇଛି। ଫ୍ରାଞ୍ଚାଇଜି ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ଲେଖିଛି, ‘ସେ ହଁ କହିଦେଲେ, ଶ୍ରେୟସ ଗୋପାଲ ଓ ନିକିତାଙ୍କୁ ଶୁଭେଚ୍ଛା, ରୟାଲ୍ସ ଫ୍ୟାମିଲି’।

ଫଟୋରେ ନିକିତା ଶିବ ମଜେଣ୍ଟା କଲରର ଜମ୍ପ୍‌ସୁଟ ପିନ୍ଧିଥିବା ବେଳେ ଫ୍ଲୋରାଲ ସ୍କାର୍ଫ କ୍ୟାରି କରିଛନ୍ତି। ସେ ବହୁତ ସିମ୍ପଲ ମେକଅପ ନେଇଛନ୍ତି ଏବଂ କେଶକୁ ଖୋଲା ରଖିଛନ୍ତି। ସେହିପରି ଆଉଟଫିଟ୍‌କୁ କମ୍ପ୍ଲିମେଣ୍ଟ କରିବା ପାଇଁ ସେ ରେଡ୍‌ ଲିପଶେଡ୍‌ ଲଗାଇଥିବା ଏଥିରେ ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.