Below header

ଭାରତୀୟ ହକି ଟିମ୍‌କୁ ନେଇ କିଛି ଅଜଣା କଥା, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଭାରତୀୟ ହକିର ସୁବର୍ଣ୍ଣ ଯୁଗ ଥିଲା ୧୯୨୮ରୁ ୧୯୫୬ ମସିହା ପର୍ଯ୍ୟନ୍ତ । କାରଣ ଏହି ସମୟରେ ହକିର ଜାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦ ଭାରତୀୟ ହକିର କର୍ଣ୍ଣଧାର ଥିଲେ । ଏହି ସମୟରେ ଭାରତୀୟ ଟିମ ଲଗାତର ଛଅଟି ଅଲିମ୍ପିକ ସ୍ୱର୍ଣ୍ଣ ପଦକ ଜିତିଥିଲା । ବର୍ତ୍ତମାନର ଭାରତୀୟ ହକିର ସ୍ଥିତି ସେତିକି ଭଲ ନୁହେଁ, ଯେତିକି ଧ୍ୟାନଚାନ୍ଦଙ୍କ ସମୟରେ ଥିଲା।
ଆମେ ଆଶା କରୁଛୁ ଯେ ଆଗାମୀ ବଡ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ ଭଲ ପ୍ରଦର୍ଶନ କରୁ। କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତୀୟ ହକିରେ ଜଡିତ ଥିବା ୧୦ ଅଜଣା ତଥ୍ୟ, ଯାହାକୁ ପୁର୍ବରୁ ଆପଣ ଜାଣିନଥିବେ।

firstଭାରତୀୟ ହକି ଫେଡରେସନର ସ୍ଥାପନା ୭ ନଭେମ୍ବର ହୋଇଥିଲା।

ଭାରତ ୧୯୨୮ ମସିହାରେ ଏଫଆଇଏଚରେ ସମ୍ମିଳିତ ହୋଇଥିଲା।

thirdଦେଶର ପ୍ରଥମ କ୍ରୀଡ଼ା ଦଳ ଭାବେ ବିଦେଶ ଗସ୍ତ କରିଥିଲା ଭାରତୀୟ ହକି ଦଳ । ୧୯୨୬ ମସିହାରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ଯାତ୍ରା କରିଥିଲା।

fifthଭାରତୀୟ ହକି ଦଳ ଲଗାତର ସବୁଠ ଅଧିକ ମ୍ୟାଚ ଜିତିବାର ରେକର୍ଡ କରିଥିଲା। ଭାରତୀୟ ଦଳ ୧୯୨୮ରୁ ନେଇ ୧୯୬୦ ପର‌୍ୟ୍ୟନ୍ତ ଲଗାତର ୩୦ଟି ମ୍ୟାଚ ଜିତିଥିଲା ଯାହା ଏକ ବିଶ୍ବ ରେକର୍ଡ । ଯାହା ଆଜି ପର‌୍ୟ୍ୟନ୍ତ କାୟମ ରହିଛି।

ପଞ୍ଜାବର ସଂସାରପୁର ଗ୍ରାମ ଭାରତକୁ ୯ ଅଲମ୍ପିୟାନ ଦେଇଛି। ସେହିମାନଙ୍କ ମଧ୍ୟରୁ ଗୁରମିତ ସିଂହ ହେଉଛନ୍ତି ଅନ୍ୟତମ ।

seventhଆପଣ ଜାଣି ନିଶ୍ଚିତ ଭାବରେ ଆଶ୍ଚର‌୍ୟ୍ୟ ହେବେ ଯେ ଇଂଲଣ୍ଡ ହକି ଟିମ୍‌ ୧୯୨୮ରୁ ୧୯୪୭ ପର‌୍ୟ୍ୟନ୍ତ ଗୋଟିଏ ହେଲେ ଅଲମ୍ପିକ୍ସରେ ଭାଗ ନେଇ ନଥିଲା । କାରଣ ସେତେବେଳେ ଇଂଲଣ୍ଡ ଅଧୀନରେ ଥିଲା ଭାରତ । ଆଉ ଭାରତ ଜିତି ଚାଲିଥିଲା ଲଗାତର ଭାବେ । ତା ଅଧୀନରେ ଥିବା ଦେଶ ଠାରୁ ଇଂଲଣ୍ଡ ହାରିବାକୁ ଚାହୁଁନଥିଲା । ସେଥିପାଇଁ ଅଲିମ୍ପିିକ୍ସକୁ ଟିମ୍‌ ପଠାଉ ନଥିଲା ।

eighthଭାରତୀୟ ହକି ଖେଳାଳି ବଲବୀର ସିଂହ ଅଲିମ୍ପିକ୍ସରେ ଫାଇନାଲରେ ସବୁଠୁ ଅଧିକ ଗୋଲ କରିବାର ରେକର୍ଡ ଅଛି ଯାହା ଗିନିଜ୍ ବୁକ ୱାଲର୍ଡ ରେକର୍ଡରେ ସାମିଲ ଅଛି। ବଲବୀର ସିଂହ ୧୯୫୨ ହେଲସିଙ୍କ ଅଲିମ୍ପିକ୍ସ ଫାଇନାଲରେ ନେଦରଲ୍ୟାଣ୍ଡସ ବିପକ୍ଷରେ ୫ଟି ଗୋଲ ସ୍କୋର କରିଥିଲେ।
ଭାରତୀୟ ଦଳର ପୂର୍ବତନ ଖେଳାଳି ଧନରାଜ ପିଲ୍ଲେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ୪ଟି ଅଲିମ୍ପିକ୍ସ କ୍ରୀଡ଼ାରେ ଭାଗ ନେଇଛନ୍ତି ।

tenthଭାରତୀୟ ହକି ଟିମ୍‌ ଅଲିମ୍ପିକ୍ସରେ ସବୁଠାରୁ ସଫଳ ଟିମ୍‌ ଅଟେ। ଅଲିମ୍ପିକ୍ସରେ ଭାରତୀୟ ଦଳ ୮ଟି ସ୍ବର୍ଣ୍ଣ ସହିତ ୧୧ଟି ପଦକ ଅକ୍ତିଆର କରିଥିଲେ। ଏହା ସହିତ ଭାରତ ନାମରେ ଅଲିମ୍ପିକ୍ସରେ ଲଗାତର ୬ଟି ସ୍ବର୍ଣ୍ଣ ପଦକ ଜିତିବାର ରେକର୍ଡ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.