ଆଇପିଏଲ୍‌ ର ୧୦ ନୂଆ ନିୟମ ଯାହାକୁ ଟିମ୍‌ ଠୁ ଆରମ୍ଭ କରି ଖେଳାଳୀଙ୍କ ପରିବାର ପର୍ଯ୍ୟନ୍ତ ସମସ୍ତଙ୍କୁ ମାନିବାକୁ ହେବ

ନୂଆଦିଲ୍ଲୀ :  ଆଇପିଏଲ୍‌ ର ୧୪ ତମ ସିଜିନ ଆଗାମୀ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଅନଷ୍ଠିତ ହେବ । ଯଦିଓ ଏଥରର ଖେଳ ଭାରତରେ ହେବାକୁ ଯାଉଛି ତେବେ ଏଥରର ଖେଳରେ କିଛି ପରିବର୍ତ୍ତନ କରାଯାଇଛି । ଏଥର ଫାଇନାଲ ସମେତ ୬୦ ମ୍ୟାଚ୍‌ ୬ ସହରରେ ଖେଳା ଯିବ । ଏଥିରେ ଅହମ୍ମଦାବାଦ, ବେଙ୍ଗାଲୁର,ଚେନ୍ନାଇ,ଦିଲ୍ଲୀ,ମୁମ୍ବାଇ ଓ କୋଲକାତା ସାମିଲ ରହିଛନ୍ତି । ଦ୍ୱିତୀୟ ଥର ପାଇଁ କରୋନା ମହାମାରୀ ମଧ୍ୟରେ ଆଇପିଏଲ୍‌ ପୁଣି ଖେଳ ହେବାକୁ ଯାଉଛି । ଗତବର୍ଷ ଆଇପିଏଲ୍‌ ମ୍ୟାଚ୍‌ ୟୁଏଇରେ ଅନୁଷ୍ଠିତ ହୋଇଥିଲା ।

ଏହି ୧୦ ନିୟମ ଯାହାକୁ ମାନିବା ଜରୁରୀ

୧. ଟିମ୍‌ ମାଲିକ, ଖେଳାଳୀ ଓ ଖେଳାଳୀଙ୍କ ସମ୍ପର୍କୀୟଙ୍କ ଉପରେ କଟକଣା ରହିବ : ଖେଳାଳୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଟିମ୍‌ ମାଲିକ ମଧ୍ୟ କଟକଣା ମଧ୍ୟରେ ରହିବେ । ସେମାନଙ୍କୁ ବାହାରକୁ ଯିବାକୁ ହେଲେ ବିସିସିଆଇର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ ।

୨. ହୋଟେଲ୍‌ ଟିମ୍‌ ଏରିଆ ରହୁଥିବା ସ୍ଥାନକୁ କରାଯିବ ସିଲ୍‌ : ଖେଳାଳୀଙ୍କ ସୁରକ୍ଷା ପାଇଁ ହୋଟେଲରେ ଟିମ୍‌ ରହୁଥିବା ଏରିଆକୁ ସିଲ୍‌ କରାଯିବ । ଯଦି ଏହା ସମ୍ଭବ ନହୁଏ ତେବେ ହୋଟେଲ୍‌ର ଟିମ୍‌ ରହୁଥିବା ଭାଗକୁ ପୁରା ବୁକ୍‌ କରିବାକୁ ପଡ଼ିବ । ଯାହାଫଳରେ ଅନ୍ୟ ଲୋକ ଏହି ଇାଲାକାକୁ ପ୍ରବେଶ କରିପାରିବେ ନାହିଁ ବୋଲି ବିସିସିଆଇ କହିଛି ।

୩. ଖେଳାଳୀ ନିଜ ଖର୍ଚ୍ଚ ଉଠାଇବେ : ଯେଉଁ ଖେଳାଳୀମାନେ ବାହାର ଦେଶକୁ ଖେଳିବାକୁ ଯିବେ ଏଥିପାଇଁ ସେମାନଙ୍କୁ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଏହି ୭ ଦିନ ଖେଳାଳୀମାନେ ନିଜ ଖର୍ଚ୍ଚ ବହନ କରିବେ ।

୪ ତୁରନ୍ତ ବଦଳିବ ବଲ୍‌ : ଯଦି କୌଣସି ବଲ୍‌ ପଡ଼ିଆ ବାହାରକୁ ଯାଏ ତେବେ ତୁରନ୍ତ ଏହି ବଲ୍‌କୁ ବଦଳାଯିବ ବୋଲି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ଣ୍ଣୟ ନିଆଯାଇଛି ।

ଏଥିସହ ନିୟମ (୫) ରେ ବବଲ୍‌ ଟୁ ବବଲ୍‌ ସୁବିଧା, (୬) ଚେନ୍ନାଇରେ ଜାରି ହେବ ସ୍ପେଶାଲ ପାସ, (୭)ବବଲ୍‌ରେ ପ୍ରବେଶେ କରିବାକୁ ହେଲେ ଜରୁରୀ ଟେଷ୍ଟ, (୮)ହୋଟେଲରେ ଅଲଗା ଚେକ୍‌ ଇନ୍‌ କାଉଣ୍ଟର, (୯) ବିସିସିଆଇ ଅଧିକାରୀ ଓ ଖେଳାଳୀଙ୍କ ମଧ୍ୟରେ କୌଣସି ସମ୍ପର୍କ ନରହିବା ଏବଂ (୧୦) ନିୟମରେ ସମସ୍ତଙ୍କ ଉପରେ ନଜର ରଖିବେ ‘ବବଲ ଇଣ୍ଟିଗ୍ରେଟି ମ୍ୟାନେଜର ବୋଲି ବିସିସିଆଇ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.