Below header

ଅହମଦାବାଦରେ ଦିଲ୍ଲୀ କ୍ୟାପିଟାଲ୍ସ ଦେଖାଇଲା ଦମ୍‌, ରୋମାଞ୍ଚକ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୫ ରନରେ ହରାଇଲା

ଇଶାନ୍ତ ଶର୍ମାଙ୍କ ଦମଦାର ବୋଲିଂ ଆଗରେ ହାର ମାନିଲା ହାର୍ଦ୍ଦିକଙ୍କ ଟିମ୍‌ । ଆଇପିଏଲ୍‌ ପଏଣ୍ଟ ତାଲିକା ଶୀର୍ଷରେ ରହିଥିବା ଗୁଜରାଟ ଟାଇଟନ୍ସକୁ ୫ ରନରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୩୦ ରନର ଟାର୍ଗେଟକୁ ପିଛା କରି ୧୨୫ ରନ କରିଥିଲା ଗୁଜରାଟ ।

ଆଇପିଏଲ୍‌ ଗୁଜରାଟ ଟାଇଟନ୍ସକୁ ୫ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ। ଇଶାନ୍ତ ଶର୍ମାଙ୍କ ଦମଦାର ବୋଲିଂରେ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ। ମହମ୍ମଦ ସାମି ଫ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ପ୍ରଥମେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଦ୍ବିତୀୟ ପାଳିରେ ଗୁଜରାଟ ୧୩୦ରନ୍‌ ଟାର୍ଗେଟର ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ କରିଥିଲା ୧୨୫ ରନ୍‌। ଦଳ ପକ୍ଷରୁ ମହମ୍ମଦ ସାମି ୪ଟି, ମୋହିତ ଶର୍ମା ୨ଟି ଓ ରସିଦ୍‌ ଖାନ୍‌ ଗୋଟିଏ ୱିକେଟ ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ କରିଥିଲା ୧୩୦ ରନ୍‌।

ଗୁଜରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୫୯ ରନ୍, ଅଭିନଭ ମନୋହର ୨୬ ରନ୍ କରିଥିବା ବେଳେ ରାହୁଲ ତେୱତିଆ ୭ ବଲରେ ୨୦ ରନ୍ କରିଥିଲେ ସୁଦ୍ଧା ଗୁଜରାଟକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଦିଲ୍ଲୀ ପକ୍ଷରୁ ଖାଲିଲ ଅହମ୍ମଦ, ଇଶାନ୍ତ ଶର୍ମା ୨-୨ଟି ୱିକେଟ ନେଇଥିବା ବେଳେ ଅନ୍ରିଚ୍ ନର୍ଟେଜେ ଓ କୁଲଦୀପ ଯାଦବ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ଦିଲ୍ଲୀ ୬ ପଏଣ୍ଟ ହାସଲ କରି ୧୦ମ ସ୍ଥାନରେ ରହିଛି ।

ଗୁଜରାଟ ଟାଇଟନ୍ସର ବୋଲର ମହମ୍ମଦ ସାମି ଭଲ ପ୍ରଦର୍ଶନ କରିଥିଲେ। ସେ ମୋଟ୍ ୪ ଓଭର ବୋଲିଂ କରିଥିଲେ। ମାତ୍ର ୧୧ ରନ୍ ଖର୍ଚ୍ଚ କରି ଦିଲ୍ଲୀର ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ମୋହିତ ଶର୍ମାଙ୍କୁ ୨ଟି ୱିକେଟ୍ ମିଳିଥିବା ବେଳେ ରସିଦ ଖାନ୍ ଗୋଟିଏ ୱିକେଟ୍ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.