ଏବର୍ଷ ବି ଆଇପିଏଲ୍‌ ଉପରେ କରୋନା ଗ୍ରହଣ, ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍‌

କେନ୍ୟୁଜ୍(ବ୍ୟୁରୋ):  ଏବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଆଇପିଏଲ । ଏବର୍ଷ ବି ଆଇପିଏଲ୍‌ ଉପରେ ଲାଗିଲା କରୋନା ଗ୍ରହଣ । ଚଳିତବର୍ଷ ବିନା ଦର୍ଶକରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବ । ଏନେଇ ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । ୨୦୨୨ ଆଇପିଏଲ୍‌ ଭାରତରେ ଖେଳାଯିବ । କିନ୍ତୁ ଗ୍ୟାଲେରୀରେ ନଥିବେ ଦର୍ଶକ । କରୋନା ଯୋଗୁ ବିନା ଦର୍ଶକରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ମୁମ୍ବାଇର ଓ୍ଵାଙ୍ଖଡେ, କ୍ରିକେଟ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ ଓ ଡିଓ୍ଵାଇ ପଟେଲ୍‌ ଷ୍ଟାଡିୟମରେ ସବୁ ମ୍ୟାଚ୍‌ ଖେଳାଯିବ । ଆବଶ୍ୟକ ହେଲେ ପୁଣେରେ କରାଯିବ ଆଇପିଏଲ୍‌ ଭେନ୍ୟୁ ।

ଚଳିତ ଆଇପିଏଲ୍‌ରେ ଖେଳାଳି ନିଲାମ ପାଇଁ ପଞ୍ଜୀକରଣ ସରିଛି । ମୋଟ୍‌ ୧୨ଶହ ୧୪ଜଣ ଖେଳାଳି ରେଜିଷ୍ଟ୍ରେସନ୍‌ କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୮୯୬ ଭାରତୀୟ ଓ ୩୧୮ ଜଣ ବିଦେଶୀ କ୍ରିକେଟର । ଫେବ୍ରଆରୀ ୧୨-୧୩ରେ ଖେଳାଳି ନିଲାମ ହେବ । ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ ହେବ ଆଇପିଏଲ । ଏଥର ଆଇପିଏଲ୍‌ରେ ଖେଳିବେ ୧୦ଟି ଟିମ୍‌ । ନୂଆ ଫ୍ରାଞ୍ଚାଇଜି ଟିମ୍‌ ଭାବରେ ଅହମ୍ମଦାବାଦ ଓ ଲକ୍ଷ୍ନୌ ସାମିଲ ହେବେ । ଗତବର୍ଷ କରୋନା ଯୋଗୁ ଅଧାରୁ ବନ୍ଦ ହୋଇଥିଲା ଆଇପିଏଲ୍‌ ମ୍ୟାଚ୍‌ । ପରେ ଦୁବାଇରେ ଅବଶିଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.