ଆଇପିଏଲ୍‌ ମିଡିଆ ରାଇଟ୍ସ ନିଲାମୀ : ୪୪ ହଜାର କୋଟି ଟଙ୍କାରେ ବିକ୍ରି ହେଲେ ଟିଭି ଓ ଡିଜିଟାଲ ରାଇଟ୍ସ, ଜାଣନ୍ତୁ କିଏ ମାରିଲା ବାଜି

ଆଇପିଏଲ୍‌ ମିଡିଆ ରାଇଟ୍ସକୁ ନେଇ ନିଲାମୀ ଜାରି ରହିଛି। ସୋମବାର ଚାଲିଥିବା ମେଗା ନିଲାମୀର ଦ୍ୱିତୀୟ ଦିନରେ ୫ ବର୍ଷ ପାଇଁ ମିଡିଆ ରାଇଟ୍ସ ନିଲାମୀ ହୋଇଛି। ଏଥିରେ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଛି ଅଧିକାର । ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଅଧିକାର ମିଳିଛି । ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ଏହି ରାଇଟ୍ସକୁ ଦୁଇଟି ଅଲଗା ଅଲଗା କମ୍ପାନୀ ୪୪,୦୭୫ କୋଟିରେ ୫ ବର୍ଷ ପାଇଁ ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ କରିବାକୁ ଅଧିକାର ମିଳିଥିବା ସୂଚନା ମିଳିଛି ।

ଅର୍ଥାତ ଆଇପିଏଲ ଆଗାମୀ ସଂସ୍କରଣର ସମସ୍ତ ଖେଳ ଟିଭି କିମ୍ବା ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ବିସିସିଆଇକୁ ଏହି ଟଙ୍କା ଦେବ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା । ଅର୍ଥାତ୍‌ ଟିଭିରେ ଆଇପିଏଲ୍‌ ଅଲଗା ଅଲଗା ଚ୍ୟାନେଲ ଏବଂ ଡିଜିଟାଲ ଆପ୍‌/େଓ୍ଵବସାଇଟରେ ଦେଖିବାକୁ ମିଳିବ। ଏହି ମିଡିଆ ରାଇଟ୍ସ ୪୧୦ଟି ମ୍ୟାଚ୍‌ ପାଇଁ ରହିଛି।

ରିପୋର୍ଟ ମୁତାବକ, ଆଇପିଏଲ୍‌ ଟିଭି ରାଇଟ୍ସ ସୋନୀ ଏବଂ ଡିଜିଟାଲ ରାଇଟ୍ସ ଭାଏକମ୍‌(ରିଲାଏନ୍ସ) ପାଖକୁ ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଅଫିସିଆଲ ଘୋଷଣା ହୋଇନାହିଁ।ଏହା ସହ ଡିଜିଟାଲରେ ପ୍ରସାରଣ ପାଇଁ ବିସିସିଆଇ ନେବ ୪୮ କୋଟି ଟଙ୍କା । ଟିଭିରେ ଗୋଟିଏ ଖେଳ ପ୍ରସାରଣ ପାଇଁ ୫୭ କୋଟି ୫୦ ଲକ୍ଷ ଟଙ୍କା ନେବ । ଟିଭି ରାଇଟ୍ସ ପାଇଁ ବେସ୍‌ ପ୍ରାଇସ୍‌ ୪୯ କୋଟି ଥିବା ବେଳେ ଡିଜିଟାଲ ରାଇଟ୍ସ ପାଇଁ ୩୩ କୋଟି ଟଙ୍କା ବେସ୍‌ ପ୍ରାଇସ ରହିଥିଲା।

ପ୍ୟାକେଜ ବେସ୍‌ ପ୍ରାଇସ୍‌ :

ଟିଭି ରାଇଟ୍ସ ବେସ୍‌ ପ୍ରାଇସ୍‌: ୪୯ କୋଟି ପ୍ରତି ମ୍ୟାଚ
ଡିଜିଟାଲ ରାଇଟ୍ସ ବେସ୍‌ ପ୍ରାଇସ: ୩୩ କୋଟି
ପ୍ଲେଅଫ ମ୍ୟାଚ ରାଇଟ୍ସ ବେସ୍‌ ପ୍ରାଇସ୍‌: ୧୧ କୋଟି
ଓଭରସିଜ ରାଇଟ୍ସ ବେସ୍‌ ପ୍ରାଇସ : ୩ କୋଟି