ଆଇପିଏଲରେ ଷ୍ଟାର ବ୍ୟାଟର ରିଂକୁ ସିଂହଙ୍କ କମାଲ, ପିଲାବେଳୁ କରିଛନ୍ତି ସଂଘର୍ଷ

କ୍ରିଜରେ ଥିଲେ କେକେଆରର ରିଂକୁ ସିଂହ । ଲଗାତାର ୫ଟି ଛକ୍କା ମାରିଥିଲେ ଓ କେକେଆରକୁ ବିଜୟୀ କରାଇଥିଲେ । ବନି ଯାଇଥିଲେ ମ୍ୟାଚର ହିରୋ । ତାଙ୍କ ପରିବାର ଆର୍ଥିକ ସ୍ଥିତି ସେତେଟା ମଜବୁତ ନଥିଲା । ପରିବାରକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ରିଂକୁ ସଫାସୁତରା କରିବାର କାମ କରୁଥିଲେ ।

କେନ୍ୟୁଜ୍‌(ବ୍ୟୁରୋ): କ୍ରିକେଟ ମ୍ୟାଚରେ କେତେବେଳେ କଣ ହେବ ତାହା କେହି କହିପାରିବେ ନାହିଁ । ହାରିଲା ମ୍ୟାଚ ବି ଗୋଟିଏ ଟିମ ଜିତିଯିବ, ତ ଅତି ସହଜରେ ଜିତାବା ମ୍ୟାଚରେ ଟିମ୍‌ ହାରିଯାଇ ପାରେ । ଜଣେ ଭଲ ବ୍ୟାଟର ବି ଆଉଟ ହୋଇ ପାଭିଲିୟନକୁ ଫେରିପାରେ । ସେହିପରି ଜଣେ ଭଲ ବଲରକୁ ଓଭରରେ ଛକା, ଚଉକାର ସାମନା କରିବାକୁ ପଡ଼ିପାରେ । ଏପରି ହିଁ ହୋଇଛି । ଗତକାଲି କେକେଆର ବନାମ ଗୁଜରାଟ ଟାଇଟଂସ ମୁକାବିଲାରେ ଏଭଳି କିଛି ହୋଇଥିବାର ଦେଖିବାକୁ ମିଳିଛି । ଯେତେବେଳେ କେକେଆରକୁ ଶେଷ ଓଭରରେ ୨୯ ରନର ଆବଶ୍ୟକତା ଥିଲା । ସମସ୍ତେ ଭାବୁଥିଲେ କି ଏହି ମ୍ୟାଚକୁ ଗୁଜରାଟ କବଜା କରି ରଖିବ । ସେପରି କିଛି ହେଲା ନାହିଁ, ହେଲା ତାହାର ଠିକ ଓଲଟା । ସେତେବେଳେ କ୍ରିଜରେ ଥିଲେ କେକେଆରର ରିଂକୁ ସିଂହ । ଲଗାତାର ୫ଟି ଛକ୍କା ମାରିଥିଲେ ଓ କେକେଆରକୁ ବିଜୟୀ କରାଇଥିଲେ । ବନି ଯାଇଥିଲେ ମ୍ୟାଚର ହିରୋ । ରିଂକୁଙ୍କୁ କିନ୍ତୁ ଏ ଜାଗାରେ ପହଁଚିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି ।

ରିଂକୁଙ୍କ ବାପା ସିଲିଣ୍ଡର ବାଣ୍ଟିବା କାମ କରୁଥିଲେ । ତାଙ୍କର ରହିଥିଲା ମାତ୍ର ଦୁଇ ବଖରା ଘର । ତାଙ୍କ ପରିବାର ଆର୍ଥିକ ସ୍ଥିତି ସେତେଟା ମଜବୁତ ନଥିଲା । ପରିବାରକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ରିଂକୁ ସଫାସୁତରା କରିବାର କାମ କରୁଥିଲେ । ପରେ ସେ ସବୁକିଛି ଛାଡ଼ିକି ନିଜ ଖେଳରେ ଧ୍ୟାନ ଦେଇଥିଲେ । ରିଂକୁ ପ୍ରଥମେ ୟୁପିର ଅଣ୍ଡର ୧୬, ଅଣ୍ଡର ୧୯ ଓ ଅଣ୍ଡର ୨୩ରେ ଖେଳିଥିଲେ । ପରେ ସେଣ୍ଟ୍ରାଲ ଜୋନରେ ଖେଳି ରଣଜିରେ ସ୍ଥାନ ପାଇଥିଲେ । ୨୦୧୭ରେ ରିଂକୁଙ୍କୁ ଆଇପିଏଲର ନିଲାମିରେ କିଣା ଯାଇଥିଲା । ୨୦୧୮ରୁ କେକେଆର ତରଫରୁ ରିଂକୁ ଖେଳୁଛନ୍ତି ।

କେକେଆରର ଷ୍ଟାର ବ୍ୟାଟର ରିଂକୁ ସିଂହ ଆଇପିଏଲର ଏହି ସିଜନରେ ବହୁତ ଭଲ ଫର୍ମରେ ରହିଛନ୍ତି । ସେ ଗୁଜୁରାଟ ଟାଇଟଂସ ବିପକ୍ଷରେ ବ୍ୟାଟ୍‌ ର କମାଲ ଦେଖାଇ ଏହା ପ୍ରମାଣିତ କରି ଦେଇଛନ୍ତି, ସେ ମ୍ୟାଚର ଫଳକୁ ବଦଳେଇ ଦେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.