Below header

ଜାତୀୟ ଜୁନିୟର ରଗବି ଖେଳରେ ଯାଜପୁର ଖେଳାଳୀଙ୍କ ସଫଳତା,ରଗବୀ ଆସୋସିଏସନର ଖେଳାଳୀ ସୌମ୍ୟରଞ୍ଜନ ସ୍ୱାଇଁ ଓ  ଲିଲିରାଣି ବେହେରାଙ୍କୁ ଛଟୁଛି ଶୁଭେଚ୍ଛା ସୁଅ

ଯାଜପୁର ଟାଉନ(କେନ୍ୟୁଜ୍): ଭାରତୀୟ ରଗବୀ ଫୁଟବଲ୍ ଆସୋସିଏସନ୍ ଦ୍ଵାରା ବିହାରର ପାଟନା ଠାରେ ଆୟୋଜିତ ଜାତୀୟ ରଗବୀ ଫୁଟବଲ୍ ଚାମ୍ପିଅନସିପ ରେ ଓଡ଼ିଶା ବାଳିକା ବିଭାଗରେ ଉପବିଜେତା ହୋଇଥିବା ବେଳେ ବାଳକ ବିଭାଗରେ ୫ ମ ସ୍ଥାନ ଅଧିକାର କରିଛି । ଓଡ଼ିଶା ତରଫରୁ ପ୍ରତିନିଧିତ୍ଵ କରୁଥିବା ଯାଜପୁର ରଗବୀ ଆସୋସିଏସନର ଖେଳାଳୀ ସୌମ୍ୟରଞ୍ଜନ ସ୍ୱାଇଁ ଏବଂ ଲିଲିରାଣି ବେହେରାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଦିଆଯାଇଛି ।

rugby23

ପ୍ରକାଶ ଥାଉକି ସୌମ୍ୟରଞ୍ଜନ ସ୍ୱାଇଁ ଦଶରଥପୁର ଓଡ଼େଇ ଗ୍ରାମର ବ୍ରଜକିଶୋର ସ୍ୱାଇଁ ପୁଅ ଏବଂ ସେ ଦଶରଥପୁର ଉଚ୍ଚତର ବିଦ୍ୟାଳୟର ଛାତ୍ର। ଲିଲିରାଣୀ ବେହେରା ପଡୋଶୀ ଭଦ୍ରକ ରାମସରପୁର ଗ୍ରାମର ଏକାଦଶୀ ବେହେରାଙ୍କ ଝିଅ , ସେ ଦଶରଥପୁର ରେ ରହି ଯାଜପୁର ର ରାମବାଗସ୍ଥିତ ରିଜିଓନାଲ୍ କଲେଜ ରେ ପାଠ ପଢୁଛନ୍ତି।। ଜିଲ୍ଲାର ସଫଳତା ପାଇଁ ବିଭିନ୍ନ ମହଲ ରେ ଖେଳାଳି ମାନଙ୍କୁ ଶୁଭେଚ୍ଛା ମିଳିଛି।

rugby 23

ଜିଲ୍ଲା ରଗବି ଆସୋସିଏସନର ସଭାପତି ନାରାୟଣ ଚନ୍ଦ୍ର ସାହୁ , ସମ୍ପାଦକ ତଥା ରାଜ୍ୟ ସଂଯୋଜକ ଭରତ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକିର ମୋହନ ଟୁଡୁ, ଜିଲ୍ଲା ହକି କୋଚ୍ ଅମୂଲ୍ୟ ବେହେରା, ସମ୍ବଲପୁର ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ଅବିନାଶ କର , ଦଶରଥପୁର ବ୍ଲକ ଅଲମ୍ପିକ ଆସୋସିଏସନର ସଭାପତି ଚନ୍ଦ୍ରଶେଖର ସାହୁ, ଦଶରଥପୁର ଉଚ୍ଚତର ବିଦ୍ୟାଳୟର ଅଧ୍ୟକ୍ଷ  କାହ୍ନୁ ଚରଣ ମିଶ୍ର , ରିଜିଓନାଲ୍ କଲେଜ ଅଧ୍ୟକ୍ଷ, ଜିଲ୍ଲା କିକବକ୍ସିଂର ସମ୍ପାଦକ ରଞ୍ଜନ ସୁତାର, ଜିଲ୍ଲା ଡି.ଫା ସମ୍ପାଦକ ପ୍ରବୋଧ ପାତ୍ର, ଜିଲ୍ଲା ଆଥେଲେଟିକ ଆସିସିଆସନର ପୂର୍ବତନ ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ଜିଲ୍ଲାର ପ୍ରମୁଖ କ୍ରୀଡ଼ା ସଂଗଠକ ମନରଂଜନ୍ ସିଂ, ମମ୍ ତାଜ୍ ଅଲ୍ଲୀ , ପ୍ରମୋଦ ଦାସ, କୃଷ୍ଣକାନ୍ତ୍ ପଣ୍ଡା , ପ୍ରମୁଖ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲିଲୀରାଣି ବେହେରା ଭାରତୀୟ ଶିବିର ପାଇଁ ମନୋନୀତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.