ରାଜସ୍ଥାନ ରୟାଲ୍ସ ପାଇଁ ଖରାପ ଖବର, ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିପାରନ୍ତି ଜୋଫ୍ରା ଆର୍ଚର

ଇଂଲଣ୍ଡ କ୍ରିକେଟ ଟିମର ଦ୍ରୁତତମ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷରେ ହେବାକୁ ଥିବା ତିନିଟି ଦିନିକିଆ ସିରିଜରୁ ବାଦ୍ ପଡିପାରନ୍ତି। ଦୁଇ ଟିମ ମଧ୍ୟରେ ୨୩ ମାର୍ଚ୍ଚରୁ ପୁଣେରେ ଦିନିକିଆ ସିରିଜ ଖେଳାଯିବ। ଆର୍ଚର ଭାରତ ବିପକ୍ଷରେ ଚତୁର୍ଥ ଟି-୨୦ ମ୍ଯାଚରେ ଖେଳୁଥିବା ବେଳେ ଆହତ ହୋଇଥିଲେ। କିନ୍ତୁ ୫ମ ଟି-୨୦ରେ ତିନିଟି ଇଞ୍ଜେକ୍ସନ ନେଇ ଖେଳିଥିଲେ।

ରିପୋର୍ଟ ମୁତାବକ, ଆର୍ଚର ଆଇପିଏଲ ଲିଗରେ ନିଜକୁ ଖେଳରୁ ବାଦ୍ କରିପାରନ୍ତି। କିନ୍ତୁ ଏହାକୁ ନେଇ କୌଣସି ଅଧିକାରକ ଘୋଷଣା ହୋଇନାହିଁ। ଇଂଲଣ୍ଡ କ୍ରିକେଟ ବୋର୍ଡ ଭାରତ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ନିଜର ଟିମ୍ ଘୋଷଣା କରିନାହିଁ। ଏହା ମଧ୍ୟରେ ଇଂଲଣ୍ଡ ନିଜ ଟିମ୍ ଘୋଷଣା କରିବା ପରେ ସବୁକିଛି ସାମ୍ନାକୁ ଆସିଯିବ। ପୂର୍ବରୁ ଆର୍ଚର ଫିଟନେସ ସମସ୍ଯାକୁ ନେଇ ଚିନ୍ତାରେ ରହିଥିଲେ।

ସୂଚନାଯୋଗ୍ଯ, ଆଇପିଏଲ୍ ୧୪ ତମ ସିଜିନ ୯ ଏପ୍ରିଲରୁ ଆରମ୍ଭ ହେଉଛି। ପ୍ରଥମ ମ୍ଯାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ଯାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ। ସେହିଭଳି ରାଜସ୍ଥାନ ରୟାଲ୍ସ ଲିଗର ଦ୍ବିତୀୟ ଅଭିଯାନ ୧୨ ଏପ୍ରିଲରୁ ପଞ୍ଜାବ କିଙ୍ଗସ ବିରୋଧରେ ଖେଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.