କେଏଲ ରାହୁଲ ଏବଂ ଆଥିୟା ବିବାହ ଉତ୍ସବ : ଅତିଥିଙ୍କୁ କଦଳୀ ପତ୍ରରେ ପରଷାଯିବ ଖାଇବା, ଫଟୋ ଉଠାଇବାକୁ କରାଯାଇଛି ବାରଣ

କ୍ରିକେଟ ଜଗତ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଆଜି ବଡ ଦିନ । କେଏଲ ରାହୁଲ ଏବଂ ଆଥିୟା ସେଟ୍ଟୀ ଆଜି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ବିବାହ ହେବ । ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ହେବ । ବିବାହ ଯେତିକି ବଡ ହେବ ରିସେପସନ ମଧ୍ୟ ସେତିକି ଗ୍ରାଣ୍ଡ ହେବ ।

ରବିବାର ରାତିରେ ସଂଗୀତ ସେରିମନି ରହିଥିଲା ଆଉ ଆଜି ହଳଦୀ ସେରିମନୀ ପରେ ଅପରାହ୍ନ ୪ଟାରେ ବିବାହ ହେବ । ଫ୍ୟାନ୍ସ ଦୁହିଁଙ୍କୁ ଦେଖିବା ପାଇଁ ଉତ୍ସାହିତ ରହିଛନ୍ତି । ବିବାହ ଉତ୍ସବରେ ୧୦୦ ଜଣ ଲୋକ ସାମିଲ ହେବେ । ଆଉ ରିସେପସନରେ ୩ ହଜାର ଲୋକ । ବିବାହ ଉତ୍ସବରେ କେବଳ କିଛି ସଂପର୍କୀୟ ଏବଂ ବନ୍ଧୁ ଉପସ୍ଥିତ ରହିବେ ।

ତେବେ ଆଥିୟାଙ୍କ ବିବାହରେ ଶାହରୁଖଙ୍କ ଗୀତ ବେଶରମ ଗୀତରେ ଡ୍ୟାନ୍ସ ହେବ ବୋଲି ଖବର ମିଳିଛି । ସେହିପରି ଆଥିଆ ଏବଂ ରାହୁଲ ହମ୍ମା ହମ୍ମା ଗୀତରେ ଡ୍ୟାନ୍ସ କରିବେ । ସଂଗୀତ ସେରିମନୀରେ ୯୦ ଦଶକର ଗୀତରେ ସମସ୍ତେ ଡ୍ୟାନ୍ସ କରିଥିଲେ । ଏହାଛଡା ‘ମୁଝସେ ଶାଦୀ କରୋଗୀ’ ଗୀତରେ ମଧ୍ୟ ଡ୍ୟାନ୍ସ ଭିଡିଓ ଭାଇରଲ ହୋଇଥିଲା ।

ରାହୁଲ ଏବଂ ଆଥିୟାଙ୍କ ବିବାହ ଉତ୍ସବରେ ସାମିଲ ହେବା ଅତିଥିଙ୍କୁ କଦଳୀ ପତ୍ରରେ ଖାଇବାକୁ ଦିଆଯିବ। ସେହିପରି ବିବାହ ଉତ୍ସବକୁ କୌଣସି ଅତିଥି ଫୋନ ନେଇ ଯାଇପାରିବେ ନାହିଁ । ବିବାହରେ ସାମିଲ ହେବାକୁ ଥିବା ସମସ୍ତ ଅତିଥିଙ୍କୁ ସ୍ମାର୍ଟଫୋନ ବ୍ୟବହାର ପାଇଁ ବାରଣ କରାଯାଇଛି। ତେବେ ବିବାହ ପରେ ଷ୍ଟାର କପଲଙ୍କ ଫଟୋ ନିଆଯାଇପାରିବ ବୋଲି ସୁନୀଲ ସେଟ୍ଟୀ କହିଛନ୍ତି।

 

View this post on Instagram

 

A post shared by @varindertchawla

ବିବାହ ପରେ ସୁନୀଲ ସେଟ୍ଟୀ ମୁମ୍ବାଇରେ ରିସେପସନ ପାର୍ଟି ଦେବେ। ଏଥିରେ ୩୦୦୦ଲୋକ ସାମିଲ ହେବେ। ଖେଳ ଜଗତ ଠାରୁ ଆରମ୍ଭ କରି ଫିଲ୍ମଷ୍ଟାର ଏବଂ ରାଜନେତା ସାମିଲ ରହିବେ । ଆଇପିଏଲ ସରିବା ପରେ ଉଭୟଙ୍କ ପକ୍ଷରୁ ଗ୍ରାଣ୍ଡ ରିସେପସନ୍ ମୁମ୍ବାଇରେ ଦିଆଯିବ ବୋଲି ଜଣାପଡିଛି। ଗତ ୪ବର୍ଷ ଧରି ରିଲେସନସିପ୍ରେ ଥିଲେ ରାହୁଲ ଓ ଆଥିୟା। ତେବେ ବିବାହ ପରେ ଷ୍ଟାର କପଲ ହନିମୁନରେ ଯିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.